ପାକିସ୍ତାନ ପରେ ବାଂଲାଦେଶ ଉପରେ କଟକଣା ଲଗାଇଲେ ଭାରତ ସରକାର
ବାଂଲାଦେଶୀ ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ। ଭାରତକୁ ଆମଦାନୀ ଉପରେ କଟକଣା ଲଗାଇଲେ ସରକାର।
ନୂଆଦିଲ୍ଲୀ: ଅଡୁଆରେ ବାଂଲାଦେଶ। ବାଂଲାଦେଶ ମୁଖ୍ୟ ୟୁନୁସଙ୍କ ଭାରତ ବିରୋଧୀ ବୟାନ ପରେ ଭାରତ ନେଇଛି ବଡ଼ ପଦକ୍ଷେପ। କୁହାଯାଉଛି ପାକିସ୍ତାନ ପରେ ଏବେ ବାଂଲାଦେଶ ପାଳି।
ହଁ ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ନିଦ ହଜାଇ ଦେଇଛି ଭାରତ। ପାକିସ୍ତାନ ଉପରେ ପ୍ରଥମେ ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇଥିଲା ଭାରତ ପରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା।
ଠିକ୍ ସେହିପରି ଏବେ ବାଂଲାଦେଶ ଉପରେ କଟକଣା ଲଗାଇଛି ଭାରତ। ବାଂଲାଦେଶୀ ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ। ଭାରତକୁ ଆମଦାନୀ ଉପରେ କଟକଣା ଲଗାଇଲେ ସରକାର।
ବାଂଲାଦେଶ ମୁଖ୍ୟ ୟୁନୁସଙ୍କ ଭାରତ ବିରୋଧୀ ବୟାନ ପରେ ପଦକ୍ଷେପ। ଦେଶର ଉତ୍ତର ପୂର୍ବାଞ୍ଚଳରେ ମୁକ୍ତ ବାଣିଜ୍ୟ କରୁଥିଲା ବାଂଲାଦେଶ। କଟକଣା ଲାଗିବା ପରେ ବାଂଲାଦେଶର ଆର୍ଥିକ ସ୍ଥିତି ବିଗିଡ଼ିବ।