ଆହୁରି ୩ ଦିନ ପ୍ରବଳ ଝଡ଼ବର୍ଷା, ୨୦ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ !
ଦିନରେ ଅସହ୍ୟ ତାତି ଆଉ ଅପରାହ୍ନରେ ମାଡି ଆସୁଛି କାଳବୈଶାଖୀ।
ଭୁବନେଶ୍ୱର: ଦିନରେ ଅସହ୍ୟ ତାତି ଆଉ ଅପରାହ୍ନରେ ମାଡି ଆସୁଛି କାଳବୈଶାଖୀ। କିଛି ସମୟ ତାଣ୍ଡବ ରଚୁଛି ଆଉ ସେତିକି ସମୟରେ ସବୁ କିଛି ଛାରଖାର କରିଦେଉଛି। ଅବସ୍ୟ ବର୍ଷା ଯୋଗୁଁ ଲୋକ ଖରା ତାତିରୁ ତ୍ରାହି ପାଉଛନ୍ତି, କିନ୍ତୁ କାଳବୈଶାଖୀ ଅନେକ କ୍ଷତି ମଧ୍ୟ କରୁଛି।
ଏହିଭଳି ପରିସ୍ଥିତି ଆହୁରି ତିନି ଦିନ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅର୍ଥାତ୍ ରାଜ୍ୟରେ ଆହୁରି ୩ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ଲାଗି ରହିବ ବୋଲି କୁହାଯାଉଛି।
ଏହାସହ ଆଜି ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସମୟରେ ଘଣ୍ଟାପ୍ରତି ପବନର ବେଗ ରହିପାରେ ୩୦-୪୦ କିଲୋମିଟର। ଆସନ୍ତା ୨୦ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ।