fbpx

ଝାଡଖଣ୍ଡ ଜନାଦେଶରେ ବିଜେପିକୁ ଝଟକା

ରାଞ୍ଚି,୨୩ ।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନର ୮୧ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଜେଏମଏମ ଓ କଂଗ୍ରେସର ଗଠବନ୍ଧନ ଆଗରେ ରହିଛି । ଏହି ଗଠବନ୍ଧନ ୪୫ଟି ଆସନରେ ଆଗୁଆ ରହିଛି । ଅନ୍ୟପଟେ ବିଜେପି ମୋଟ୍ ୨୫ଟି ଆସନରେ ଆଗୁଆ ରହିଛି । ସେହିଭଳି ଜେଭିଏମ ୩ଟି ଓ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ରଘୁବାର ଦାସ ଜାମସେଦପୁର-ପୂର୍ବ ଆସନରୁ ଆଗରେ ଅଛନ୍ତି । ହେମନ୍ତ ସୋରେନ ଗୋଟିଏ ଆସନରେ ଆଗୁଆ ଥିବାବେଳେ ଅନ୍ୟ ଏକ ଆସରେ ପଛୁଆ ଅଛନ୍ତି । ପୋଲିସ ପକ୍ଷରୁ ଭୋଟ ଗଣତି କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତେବେ ବିଜେପି ହାତରୁ ମହାରାଷ୍ଟ୍ର ଖସିଯାଇଥିବାବେଳେ ଝାଡ଼ଖଣ୍ଡରେ ଦଳକୁ ମାତ୍‌ ଦେବା ଲାଗି କଂଗ୍ରେସ ଏବଂ ଜେଏମଏମ ରଣନୀତି ପ୍ରସ୍ତୁତ କରିଥିଲେ । ଏହି ଦୁଇଟି ଦଳ ସହିତ ଆରଜେଡି ମେଣ୍ଟ କରି ବିଜେପିକୁ ହରାଇବା ପାଇଁ ଜୋରଦାର ଉଦ୍ୟମ ହୋଇଥିଲା। ଏପରି କି ଏଗ୍‌ଜିଟ୍‌ ପୋଲ ଫଳାଫଳ ମଧ୍ୟ ବିଜେପି ବିରୋଧରେ ଆସିଥିଲା ।

Get real time updates directly on you device, subscribe now.