fbpx

ରେକର୍ଡ ସ୍ତରରେ ସୁନା: ୫୨ ହଜାର ପାର୍ କଲା ଦାମ୍

କରୋନା ସଙ୍କଟ ମଧ୍ୟରେ ସୁନା-ରୂପା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଭାରତୀୟ ବଜାରରେ ସୁନାର ଦାମ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଘରୋଇ ଓ ବିଶ୍ୱରେ ସୁନା ଦର ବୃଦ୍ଧି ହେତୁ ରେକର୍ଡ ସର୍ବାଧିକ ହୋଇଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଆଜି ସକାଳ ୯ଟାରେ ସୁନା ଦର ୩୦୯ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୫୨,୪୧୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି ।

ଏହା ସହ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏମସିଏକ୍ସ ଉପରେ ରୂପା ୨ ପ୍ରତିଶତ ବୃଦ୍ଧି ପାଇ ୬୭,୦୦୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି । ତେବେ ଏହା ପୂର୍ବରୁ ସୁନା ଫ୍ୟୁଚର ୨.୨ ପ୍ରତିଶତ ବୃଦ୍ଧି ପାଇଁ ପ୍ରଥମଥର ପାଇଁ ୫୨,୦୦୦ ହଜାର ଛୁଇଁଥିଲା । ଏଥି ସହ ରୂପା ୭.୫ ପ୍ରତିଶତ ବୃଦ୍ଧି ପାଇଥିଲା । ଗତ ସପ୍ତାହରେ ସୁନା ୪ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ରୂପା ୧୫ ପ୍ରତିଶତ ବୃଦ୍ଧି ପାଇଛି ।

Get real time updates directly on you device, subscribe now.