(Video) CBSE ବୋର୍ଡର ସ୍କୁଲଗୁଡ଼ିକରେ ଲାଗିବ ସୁଗାର ବୋର୍ଡ, ଏମ୍ସ ଡାକ୍ତର କହିଲେ ଏହି ଜରୁରୀ କଥା

ସିବିଏସଇ ବୋର୍ଡ ନିଜର ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଇଛି ଯେ, ସୁଗାର ବୋର୍ଡ ଲଗାଇବା ପାଇଁ..

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନିଜର ସମସ୍ତ ସମ୍ବନ୍ଧୀୟ ସ୍କୁଲଗୁଡ଼ିକୁ ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ପିଲାମାନଙ୍କୁ ଚିନି ସେବନ ଉପରେ ନଜର ରଖିବେ, ଏବଂ ତାକୁ କମ କରିବା ପାଇଁ ସ୍କୁଲଗୁଡ଼ିକରେ ସୁଗାର ବୋର୍ଡ ଲଗାନ୍ତୁ।

ସିବିଏସଇ କହିଛି ଯେ, ଗତ ଦଶନ୍ଧିରେ ପିଲାମାନଙ୍କ ମଧ୍ୟରେ ଟାଇପ-୨ ମହୁମେହ ମାମଲାରେ ଦ୍ରୁତଗତିରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ପୂର୍ବରୁ ବୟସ୍କମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା। ସିବିଏସଇ ର ଏହି ନିର୍ଦ୍ଦେଶରେ ଦିଲ୍ଲୀ ଏମ୍ସର ଡାକ୍ତର ନିଜ ପ୍ରତିକ୍ରିୟା ଦେଇଛନ୍ତି।

ଏମ୍ସ ଡାକ୍ତର କହିଲେ ଏହି କଥା: ସିବିଏସଇ ଦ୍ୱାରା ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନେ ଡାଇବେଟିସର ବୃଦ୍ଧି ସମସ୍ୟାକୁ ରୋକିବା ଲାଗି ସୁଗାର ବୋର୍ଡ ଲଗାଇବାର ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ଏମ୍ସର ପ୍ରଫେସର ଏବଂ ପ୍ରଭାରୀ ଡା. ରୀମା ଦାଦା କହିଛନ୍ତି ଯେ, ଏହା ଖୁବ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ବିଗତ ବର୍ଷଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ୧୦ ବର୍ଷର ପିଲାମାନଙ୍କୁ ହାଇ ବ୍ଲଡ ପ୍ରେସର ଏବଂ ଡାଇବେଟିସର ସମସ୍ୟା ଦେଖିବାକୁ ମିଳିଛି ଏବଂ ଏହା ତାଙ୍କର ଅନହେଲଦୀ ଡାଏଟର କାରଣ ହୋଇପାରେ।