Jr NTRଙ୍କୁ ଲୋକେ କାହିଁକି କୁହନ୍ତି ଜୁନିୟର? ଜାଣନ୍ତୁ ଏହା ପଛରେ ଥିବା କାରଣ

ଜୁନିୟର ଏନଟିଆରଙ୍କୁ ଲୋକେ କାହିଁକି ଡାକନ୍ତି ଜିନିୟର, ଜାଣନ୍ତୁ

ନୂଆଦିଲ୍ଲୀ: ସାଉଥ ଅଭିନେତା ଜୁନିୟର ଏନଟିଆର ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତା ସାରା ଦୁନିଆରେ ନିଜର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି।

ଆରଆରଆରର ସଫଳତା ପରେ ଜୁନିୟର ଏନଟିଆରଙ୍କର ଫ୍ୟାନ୍ ଫଲୋଇଂ ଖୁବ ବଢିଯାଇଛନ୍ତି। ହେଲେ ତାଙ୍କ ନାମକୁ ନେଇ ଏପର୍ଯ୍ୟନ୍ତ ଅନେକ ଲୋକେ ଅସ୍ପଷ୍ଟ ଅଛନ୍ତି। ତାଙ୍କୁ କାହିଁକି ଜୁନିୟର ଡାକନ୍ତି ଆସନ୍ତୁ ଜାଣିବା..

ଜୁନିୟର ଏନଟିଆରଙ୍କ ଅସଲି ନାମ: ଜୁନିୟର ଏନଟିଆରଙ୍କ ଜନ୍ମ ହାଇଦ୍ର୍ରାବାଦରେ ୨୦ ମେ ୧୯୮୩ରେ ହୋଇଥିଲା। ତାଙ୍କର ପୂରା ନାମ ନନ୍ଦମୂରୀ ତାରକ ରାମା ରାଓ। ଏନଟିଆରଙ୍କ ଫୁଲ ଫର୍ମ ନନ୍ଦମୂରୀ ତାରକ ରାମାରାଓ ଅଟେ। ଏହି ନାମ ବହୁତ କମ ଲୋକେ ଜାଣିଛନ୍ତି।

ଲୋକେ କାହିଁକି କୁହନ୍ତି ଜୁନିୟର: ଜୁନିୟର ଏନଟିଆରଙ୍କ ପରିବାର ବହୁତ ବଡ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ନାତି। ଯେତେବେଳେ ଜୁନିୟର ଏନଟିଆର ଜନ୍ମ ହୋଇଥିଲେ, ତାଙ୍କୁ ତାଙ୍କ ଜେଜେବାପାଙ୍କ ନାମ ଦିଆଯାଇଥିଲା। ଏହି କାରଣରୁ ତାଙ୍କୁ ଲୋକେ ଜୁନିୟର ଏନଟିଆର କୁହନ୍ତି।