୯ ଦିନରେ ବ୍ଲଡ଼ କ୍ୟାନ୍ସରର ଚିକିତ୍ସା କରୁଥିବା Velcart ଥେରାପି କ’ଣ ,ଅନ୍ୟ ଚିକିତ୍ସା ମଧ୍ୟରେ କେତେ ଭଲ ?

ନୂଆଦିଲ୍ଲୀ : ଭାରତୀୟ ଡାକ୍ତରମାନେ ରକ୍ତ କର୍କଟ (ଲିଉକେମିଆ) ଚିକିତ୍ସାରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଏବଂ ତାମିଲନାଡୁର କ୍ରିସ୍ଚିଆନ ମେଡିକାଲ କଲେଜ (CMC), ଭେଲୋର ଦ୍ୱାରା ବିକଶିତ ଏକ ନୂତନ ଚିକିତ୍ସା ପଦ୍ଧତି ‘ଭେଲକାର୍ଟ’ (VELCART) ମାତ୍ର ୯ ଦିନରେ ରକ୍ତ କର୍କଟ ନିରାକରଣ କରିବାରେ ସଫଳ ହୋଇଛି। ଏହି ଚିକିତ୍ସା ହେଉଛି CAR-T ସେଲ ଥେରାପିର ଏକ ଅଂଶ, ଯାହା ରୋଗୀଙ୍କ ନିଜସ୍ୱ T-ସେଲ (ପ୍ରତିରକ୍ଷା କୋଷ) ବ୍ୟବହାର କରି କର୍କଟ କୋଷକୁ ନଷ୍ଟ କରେ।

ଭେଲକାର୍ଟ ଥେରାପି କ’ଣ?
ଭେଲକାର୍ଟ ହେଉଛି ଏକ ଅତ୍ୟାଧୁନିକ ଇମ୍ୟୁନୋଥେରାପି, ଯେଉଁଥିରେ ରୋଗୀଙ୍କ ରକ୍ତରୁ T-ସେଲ ନିଆଯାଇ ଲାବୋରେଟୋରୀରେ ସେଗୁଡ଼ିକୁ ପରିବର୍ତ୍ତନ କରାଯାଇ କର୍କଟ କୋଷକୁ ଆକ୍ରମଣ କରିବା ପାଇଁ ସକ୍ଷମ କରାଯାଏ। ଏହାପରେ ଏହି ପରିବର୍ତ୍ତିତ ସେଲଗୁଡ଼ିକୁ ରୋଗୀଙ୍କ ଶରୀରକୁ ପୁନଃପ୍ରବେଶ କରାଯାଏ। ICMR ଦ୍ୱାରା ପରିଚାଳିତ ଏବଂ CMC ଭେଲୋର ଦ୍ୱାରା ସଞ୍ଚାଳିତ ଫେଜ୍-୧ ଟ୍ରାଏଲରେ ଦେଖାଗଲା ଯେ ଏହି ଥେରାପି ମାତ୍ର ନୋ ଦିନରେ ରକ୍ତ କର୍କଟ ନିୟନ୍ତ୍ରଣ କରିପାରେ। ଏହାର ସଫଳତା ହାର ୭୩% ରହିଛି, ଏବଂ ୮୦% ରୋଗୀଙ୍କ ମଧ୍ୟରେ ୧୫ ମାସ ପରେ ମଧ୍ୟ କର୍କଟ ଫେରି ପରେନାହିଁ।

ଅନ୍ୟ ଚିକିତ୍ସାଠାରୁ କେମିତି ଭିନ୍ନ?
ପାରମ୍ପରିକ କର୍କଟ ଚିକିତ୍ସା ଯେପରିକି କିମୋଥେରାପି ଏବଂ ରେଡିଏସନ ଥେରାପି ଦୀର୍ଘ ଏବଂ କଷ୍ଟଦାୟକ ହୋଇଥାଏ, ଯାହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ। ତୁଳନାରେ ଭେଲକାର୍ଟ ଥେରାପିର ନିମ୍ନଲିଖିତ ସୁବିଧା ରହିଛି:
କମ ସମୟ: ମାତ୍ର ୯ ଦିନରେ ପ୍ରଭାବ ଦେଖାଯାଏ, ଯେଉଁଠାରେ କିମୋଥେରାପି ମାସ ମାସ ଧରି ଚାଲିଥାଏ।

କମ ପାର୍ଶ୍ୱ ପ୍ରତିକ୍ରିୟା: ଏହାର ପାର୍ଶ୍ୱ ପ୍ରତିକ୍ରିୟା ଯେପରିକି ସାଇଟୋକାଇନ ରିଲିଜ୍ ସିଣ୍ଡ୍ରୋମ (CRS) ଏବଂ ନ୍ୟୁରୋଟକ୍ସିସିଟି ନିୟନ୍ତ୍ରଣଯୋଗ୍ୟ ଏବଂ କମ୍ ହୋଇଥାଏ।

ଖରଚ ହ୍ରାସ: ଭେଲୋରର CMC ହସ୍ପିଟାଲରେ ଏହି ଥେରାପି ଉତ୍ପାଦନ ହେଉଥିବାରୁ ଖର୍ଚ୍ଚ ୯୦% ପର୍ଯ୍ୟନ୍ତ ହ୍ରାସ ପାଇଛି, ଯାହା ଏହାକୁ ଅଧିକ ସୁଲଭ କରିଛି।

ସ୍ଥାନୀୟ ଉତ୍ପାଦନ: ଏହା ହସ୍ପିଟାଲରେ ହିଁ ଉତ୍ପାଦନ କରାଯାଏ, ଯାହା ବିଦେଶୀ ଲାବୋରେଟୋରୀ ଉପରେ ନିର୍ଭରତା ହ୍ରାସ କରେ।

ଅନ୍ୟ ଚିକିତ୍ସା ସହ ତୁଳନା
କିମୋଥେରାପି ଓ ରେଡିଏସନ: ଏହା ଦୀର୍ଘ ସମୟ ନେଇଥାଏ ଏବଂ ଶରୀରରେ ଅଧିକ କ୍ଷତି କରିପାରେ। ଭେଲକାର୍ଟ ଅଧିକ ଲକ୍ଷ୍ୟଭିତ୍ତିକ ଏବଂ କମ କ୍ଷତିକାରକ।

ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ: ଏହା ଜଟିଳ ଏବଂ ଏଥିରେ ଅଧିକ ଖର୍ଚ୍ଚ ହୋଇଥାଏ, ଏବଂ ଡୋନର ମିଳିବା ଏକ ଚ୍ୟାଲେଞ୍ଜ। ଭେଲକାର୍ଟ ରୋଗୀଙ୍କ ନିଜ ସେଲ ବ୍ୟବହାର କରେ, ଯାହା ଏହାକୁ ସରଳ କରେ।

ଅନ୍ୟ CAR-T ଥେରାପି: ବିଦେଶୀ CAR-T ଚିକିତ୍ସାରେ ଅଧିକ ଖର୍ଚ୍ଚ ଏବଂ ସୁଲଭ ନୁହେ। ଭେଲକାର୍ଟ ଭାରତୀୟ ପରିପ୍ରେକ୍ଷୀରେ ଅଧିକ ସାଙ୍ଗଠନିକ ଏବଂ କମ ଖର୍ଚ୍ଚରେ ହୋଇଥାଏ ।