fbpx

QRSAMର ସଫଳ ପରୀକ୍ଷଣ

ବାଲେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ବାଲେଶ୍ୱରରେ QRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଚାନ୍ଦିପୁର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ୧୧ଟା ୪୯ ମିନିଟରେ ପରୀକ୍ଷଣ କରାଯାଇଥିଲା । QRSAM କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦର କ୍ଷମତା ୩୦ କିଲୋମିଟର ରହିଛି । ତେବେ QRSAM ହେଉଛି କ୍ୱିକ୍ ରିଆକ୍ସନ ସରଫେସ ଟୁ ଏୟାର ମିସାଇଲ ।

ତେବେ QSRAM ର ପ୍ରଥମ ପରୀକ୍ଷଣ ୪ ଜୁନ, ୨୦୧୭ ରେ କରାଯାଇଥିଲା। ୨୬ ଫେବ୍ରୁଆରୀ, ୨୦୧୯ ରେ, ଗୋଟିଏ ଦିନରେ ଦୁଇଟି ରାଉଣ୍ଡ ଟ୍ରାୟଲ ସଫଳତା ପୂର୍ବକ କରାଯାଇଥିଲା । ଦୁଇଟି ମିସାଇଲର ପରୀକ୍ଷଣ ବିଭିନ୍ନ ଉଚ୍ଚତା ଏବଂ ସ୍ଥିତି ପାଇଁ କରାଯାଇଥିଲା । ଏହା ପରେ ଅଗଷ୍ଟ ୪ରେ ଓଡିଶାର ଚାନ୍ଦୀପୁର ସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ଆଇଟିଆର) ର କମ୍ପ୍ଲେକେସ ୩ ର ପରୀକ୍ଷଣ ରେଞ୍ଜରେ ଏକ ପରିଷ୍କୃତ ଅଲ-ୱେଦର ଏବଂ ଅଲ-ଟେରେନ କ୍ଵିକ ରିଆକ୍ସନ ସରଫେସ-ଟୁ-ଏୟାର ମିସାଇଲ (QRSAM) ର ପରୀକ୍ଷଣ କରିଥିଲା। ଡିଆରଡିଓ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ସହାୟତାରେ ସେନାବାହିନୀ ପାଇଁ ଏହି ମିସାଇଲ ବିକଶିତ କରାଯାଇଛି ।

Get real time updates directly on you device, subscribe now.