ଉଦଳା: ପୁଣିଥରେ ଲକ୍ଷ୍ମୀ ବସ୍ ନେଲା ଜୀବନ। ସୂଚନାନୁଯାୟୀ, ବାଇକ ଆରୋହୀଙ୍କୁ ଲକ୍ଷ୍ମୀବସର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବଉଳଖଲାଡ଼ି ଗାଁର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।
କପ୍ତିପଡ଼ା ଥାନା ସିମୁଳିଆ ଛକରେ ଏହି ଦୁର୍ଘଟଣା ଘଟିଛି। ପୂର୍ବରୁ ଲକ୍ଷ୍ମୀ ବସ୍ ଏବଂ ମୋ ବସ୍ ରେ ଅନେକ ଦୁର୍ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଲକ୍ଷ୍ମୀ ବସ୍ ଆଉ ଜଣେ ଯୁବକଙ୍କ ଜୀବନ ନେଇଛି।