ଦୁର୍ବଳ ହେଲା ଲଘୁଚାପ, ମୌସୁମୀ; 2 ସପ୍ତାହ ଯାଏଁ ରାଜ୍ୟରେ କମିବ ବର୍ଷା
ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ, ମୌସୁମୀ। କମିଲା ବର୍ଷା । ଜୁନ 1 ରୁ ରାଜ୍ୟରେ ଦୁର୍ବଳ ରହିବ ମୌସୁମୀ ବର୍ଷା ।
ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ । କମିଲା ବର୍ଷା । ଜୁନ 1 ରୁ ରାଜ୍ୟରେ ଦୁର୍ବଳ ରହିବ ମୌସୁମୀ ବର୍ଷା । କିଛି ଦିନ ପାଇଁ ମୌସୁମୀ ବର୍ଷା ଦୁର୍ବଳ ରହିବ । 2 ସପ୍ତାହ ଯାଏଁ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ଲଘୁଚାପ ଦୁର୍ବଳ ପରେ ମୌସୁମୀ ବି ସକ୍ରିୟ ନାହିଁ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।