ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ, ମେ14 ରେ ବାଜିଥିଲା କ୍ୟାବିନେଟ ମୋହର

ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ବ୍ୟବସ୍ଥା । ଏନେଇ ଦକ୍ଷତା ଓ ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବଡ଼ ସୂଚନା ।

ଭୂନବନେଶ୍ବର: ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ବ୍ୟବସ୍ଥା । ଏନେଇ ଦକ୍ଷତା ଓ ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବଡ଼ ସୂଚନା । ଆଗରୁ ଉଚ୍ଚ ଶିକ୍ଷାରେ 11.25% ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା । ଗତ ମେ 14ରେ ଏଥିରେ ବାଜିଥିଲା କ୍ୟାବିନେଟ ମୋହର । ଏଥିରେ ଏସଇବିସିଙ୍କୁ ସଂରକ୍ଷଣ ପାଇଁ ନିଷ୍ପତ୍ତି ହୋଇଥିଲା ।

ଆଗକୁ ମେଡ଼ିକାଲ ଓ ଇଞ୍ଜିନିୟରିଂରେ ବି ସଂରକ୍ଷଣ ହୋଇପାରେ । ତେବେ ଏନେଇ ଅନୁଧ୍ୟାନ କରୁଛନ୍ତି ସରକାର ଏବଂ ଏହା ଖୁବଶୀଘ୍ର ଲାଗୁ ହେବ ବୋଲି ଦକ୍ଷତା ଓ ବିକାଶ ମନ୍ତ୍ରୀ କହିଛନ୍ତି । ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଯେ ବାବଦରେ ଘୋଷଣା କରିପାରନ୍ତି ।