fbpx

ପୁରୀରେ ସୌନ୍ଦର୍ଯ୍ୟକରଣକୁ ନେଇ ପଞ୍ଜାବ ପ୍ରତିନିଧି ଦଳର ପ୍ରଶଂସା

ପୁରୀ, ୨୩ା୧୨(ଓଡ଼ିଶା ଭାସ୍କର): ପୁରୀର ଶ୍ରୀମନ୍ଦିର ନିକଟରୁ ମଙ୍ଗୁମଠ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ଲୋକସେବା ଭବନରେ ପଞ୍ଜାବ ପ୍ରତିନିଧି ଦଳ ସହ ଆଲୋଚନା ହୋଇଛି । ଗୃହରାଷ୍ଟ୍ରମନ୍ତ୍ରୀ , ପୂର୍ତ୍ତସଚିବ ଓ ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ଆଲୋଚନା ହୋଇଛି । ପରେ ପୁରୀ ସୌନ୍ଦର୍ଯ୍ୟକରଣକୁ ନେଇ ପଞ୍ଜାବ ପ୍ରତିନିଧି ଦଳ ପ୍ରଶଂସା କରିଛି ।

ବୈଠକ ପରେ ପଞ୍ଜାବ ପ୍ରତିନିଧି ଦଳ ପ୍ରତିକ୍ରିୟା ରଖି କହିଛନ୍ତି ସରକାର ୩ଟି ପ୍ରସ୍ତାବ ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ମଙ୍ଗୁ ମଠ, ପଞ୍ଜାବୀ ମଠ ଓ ବଲି ମଠର ପୁନରୁଦ୍ଧାର କରାଯିବ । ଏହା ଦ୍ୱାରା ପଞ୍ଜାବ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ମଜଭୁତ ହେବ ।

Get real time updates directly on you device, subscribe now.