କାମାକ୍ଷାନଗର: ସକାଳୁ ସକାଳୁ ଏକ ବଡ଼ ହତ୍ୟା ମାମଲା ସାମ୍ନାକୁ ଆସିଛି । କାମାକ୍ଷାନଗରରେ ଜଣେ ୭ ମାସର ଶିଶୁର ପ୍ରାଣ ନିଜ ଜନ୍ମକଲା ବାପା ହାତରେ ଚାଲିଯାଇଛି । ଏହି ଜହ୍ଲାଦ ବାପା ନିଜ ୭ ମାସର ଝିଅକୁ କଚାଡ଼ି ମାରିଦେଇଛି ।
ସୂଚନାନୁଯାୟୀ, କଙ୍କଡ଼ାହାଡ଼ ଥାନା କଣ୍ଟାପଳ କଲୋନୀରେ ଏହି ଅଘଟଣ ଘଟିଛି । ସ୍ତ୍ରୀ ସହ ଝଗଡ଼ା କରୁଥିଲା ଅଭିଯୁକ୍ତ । ଏହି ସମୟରେ ୭ ମାସର ଶିଶୁକୁ ସେଠାରେ ଜହ୍ଲାଦ ବାପା କଚାଡ଼ି ମାରିଦେଇଛି ।
ଏହାପରେ ସ୍ଥାନୀୟ ଲୋକେ ଉଠିଆସି ଅଭିଯୁକ୍ତ ସ୍ୱାମୀଙ୍କୁ ଖୁବ ପିଟିଛନ୍ତି । ଏଥିରେ ଅଭିଯୁକ୍ତ ଆହତ ହୋଇପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ପଚରାଉଚରା କରୁଛି । ଏହି ଘଟଣାଟି ବର୍ତ୍ତମାନ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।