୧୮ ତାରିଖରେ ଡେବ୍ୟୁ, ୧୮ ନମ୍ବର ଜର୍ସୀ, ୧୮ ବର୍ଷରେ ଆଇପିଏଲ ଚାମ୍ପିଆନ୍, ଜାଣନ୍ତୁ ଏହି ‘୧୮’ ନମ୍ବର ବିରାଟଙ୍କ ପାଇଁ କେତେ ଲକି
କାହିଁକି ୧୮ ନମ୍ବର ବିରାଟଙ୍କ ପାଇଁ ଖୁବ ଲକି
ନୂଆଦିଲ୍ଲୀ: ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ବଡ଼ ଚମତ୍କାର ଘଟିଛି। ଆରସିବି ୧୭ ବର୍ଷ ପରେ ଆଇପିଏଲ ଟ୍ରଫିକୁ କବଜା କରିଛି। ଏହା ଆରସିବିର ଆଇପିଏଲରେ ୧୮ତମ ମ୍ୟାଚ୍ ଥିଲା। ଏହା ଆରସିବି ସହ ବିରାଟ କୋହଲିଙ୍କ ଐତିହାସିକ ବିଜୟ। ଏହାରି ମଧ୍ୟରେ ଫ୍ୟାନ୍ସ କହୁଛନ୍ତି ଯେ, ବିରାଟଙ୍କ ପାଇଁ ୧୮ ନମ୍ବର ଲକି।
ବିରାଟ ୧୮ ଅଗଷ୍ଟ ୨୦୦୮ରେ ଇଣ୍ଡିଆ ନେସନାଲ କ୍ରିକେଟ ଟିମରେ ଯୋଗ ଦେଇଥିଲେ। ବିରାଟ କୋହଲି ସବୁବେଳେ ୧୮ ନମ୍ବରର ଜର୍ସୀ ପିନ୍ଧନ୍ତି। ଏହି ଜର୍ସୀ ନମ୍ବର ତାଙ୍କ ପାଇଁ ଖୁବ ଲକି।
ସେ ଏହି ନମ୍ବରର ଜର୍ସୀ ପିନ୍ଧି ଅନେକ ଶାନଦାର ବିଜୟ ହାସଲ କରିଛନ୍ତି। ବିରାଟଙ୍କୁ ରନ ମେସିନ ମଧ୍ୟ କୁହାଯାଇଥାଏ। ସେ ଅନେକ ମ୍ୟାଚ ଜିତି, ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ପୁଣି ସେହି ୧୮ ନମ୍ବର ତାଙ୍କ ଭାଗ୍ୟକୁ ବଦଳାଇ ଦେଇଛି। ଆରସିବି ଟିମରେ ବିରାଟ ୧୮ ବର୍ଷ ହେବ ଖେଳୁଛନ୍ତି। କିନ୍ତୁ ବିଗତ ୧୭ ବର୍ଷ ମଧ୍ୟରେ ଆରସିବି ଆଇପିଏଲ ଟାଇଟଲକୁ କବଜା କରିପାରିନଥିଲା।
କିନ୍ତୁ ଠିକ୍ ୧୮ ବର୍ଷରେ ବିରାଟଙ୍କ ଟିମ ଏହି ବିଜୟ ହାସଲ କରିଛି। ବିରାଟ ଏଥିପାଇଁ ଖୁବ ଖୁସି ହୋଇ କାନ୍ଦି ପକାଇଛନ୍ତି।
ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଆରସିବି ଚାମ୍ପିୟନ ହେବାର କିଛି ଫୋଟୋ ସେୟାର କରିଛନ୍ତି। ଏକ ଫଟୋରେ ସେ ଲାଲ ରଙ୍ଗର ଆରସିବି ଜର୍ସୀ ପିନ୍ଧିଥିବା ଏବଂ ଗର୍ବରେ ଆଇପିଏଲ ୨୦୨୫ର ଟ୍ରଫିକୁ ଧରିଛନ୍ତି।
ଏହି ଫଟୋ ସହ ସେ ଏକ ଭାବାବେଗ ମେସେଜ ଲେଖିଛନ୍ତି, ଯେଉଁଥିରେ ସେ ନିଜ ଟିମ, ଫ୍ୟାନ୍ସ ଏବଂ ଏହି ୧୮ ବର୍ଷର ଜର୍ଣ୍ଣିକୁ ମନେପକାଇଛନ୍ତି। ମାତ୍ର ୧ ଘଣ୍ଟା ମଧ୍ୟରେ ଏହି ପୋଷ୍ଟ୫ ମିଲିୟନରୁ ଅଧିକ ଲାଇକ୍ସ ଏବଂ ହଜାର ହଜାର କମେଣ୍ଟ୍ସ ମିଳିଛି।