ଟ୍ରମ୍ପ-ଏଲନଙ୍କ କଳିରେ ପ୍ରଭାବିତ ହେବ ସାରା ବିଶ୍ୱ, ଜାଣନ୍ତୁ କାହିଁକି, କିପରି…

ୱାଶିଂଟନ,୭ା୬: ଆମେରିକୀୟ ରାଜନୀତି ଏବଂ ପ୍ରଯୁକ୍ତିବିଦ୍ୟା ଜଗତରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଦୁଇ ପ୍ରସିଦ୍ଧ ନାଁ ଡୋନାଲ୍ଡ ଟ୍ରମ୍ପ ଏବଂ ଏଲନ ମସ୍କ ଏବେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। କିଛିଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ବେଶ୍ ସୁ-ସମ୍ପର୍କ ଥିଲା । ମାତ୍ର ଏବେ ଦୁହିଁଙ୍କ ସୋସିଆଲ ମିଡିଆ ବାକ୍ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇଛି । ସଦ୍ୟତମ ଘଟଣାକ୍ରମରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେସଲା ସିଇଓ ଏଲନ ମସ୍କଙ୍କୁ ଟାର୍ଗେଟ କରିଛନ୍ତି ଏବଂ ତାଙ୍କ ବ୍ୟବସାୟ ଏବଂ ନୀତିଗୁଡ଼ିକୁ ସମାଲୋଚନା କରିଛନ୍ତି,  ମସ୍କ ବି ଟ୍ରମ୍ପଙ୍କ ବକ୍ତବ୍ୟକୁ ‘ପୁରୁଣା ଆମେରିକା’ ବୋଲି କହି ଏଡ଼ାଇ ଯାଇଛନ୍ତି ।

ଏହି ସଂଘର୍ଷପୂର୍ଣ୍ଣ ରାଜନୀତି ଏବଂ ବ୍ୟବସାୟ ଯୁଦ୍ଧର ପ୍ରଭାବ କେବଳ ଆମେରିକା ପର୍ଯ୍ୟନ୍ତ ସୀମିତ ନୁହେଁ। ମସ୍କଙ୍କ ବିଶ୍ୱବ୍ୟାପୀ କମ୍ପାନୀ ନେଟୱର୍କ ଏବଂ ଟ୍ରମ୍ପଙ୍କ ରାଜନୈତିକ ମହତ୍ତ୍ୱାକାଂକ୍ଷା ଅନେକ ଦେଶର ନୀତିକୁ ପ୍ରଭାବିତ କରିପାରେ। ଏହି ହାଇ-ଭୋଲଟେଜ୍ ଡ୍ରାମା ଆନ୍ତର୍ଜାତୀୟ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ରାଜନୈତିକ ସମୀକରଣକୁ ପ୍ରଭାବିତ କରିପାରେ।