ସୀମାରେ IED ବିସ୍ଫୋରଣ, ସୁକୁମା ASP ସହିଦ୍

ହସ୍ପିଟାଲରେ ପ୍ରାଣ ହାରିଲେ ASP। ଅନେକ ଅଧିକାରୀ ହସ୍ପିଟାଲରେ ଭର୍ତ୍ତି।

ମାଲକାନଗିରି: ସୀମାରେ ବିସ୍ଫୋରଣ। ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି। ମାଲକାନଗିରି ସୀମାରେ IED ବିସ୍ଫୋରଣ। ବିସ୍ଫୋରଣରେ ଆଡିଶନାଲ ଏସପି ଦେଶ ପାଇଁ ଦେଲେ ଜୀବନ।

ବିସ୍ଫୋରଣରେ କୋଣ୍ଟା ଥାନା ଅଧିକାରୀ ଗୁରୁତର। ସୁକମା ଜିଲ୍ଲା କୋଣ୍ଟା-ଏରାବୋର ରାସ୍ତାରେ ବିସ୍ଫୋରଣ ହୋଇଥିବା ସୂଚନା। ପାଦଚଲା ରାସ୍ତା ଦେଇ କମ୍ୱିଂ ଅପରେସନରେ ବାହାରିଥିଲେ ଯବାନ।

ହେଲେ ଆଇଇଡି ବିସ୍ଫୋରଣରେ ସୁକୁମା ASP ପ୍ରାଣ ହରାଇଲେ। ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା ASP ହେଉଛନ୍ତି ଆକାଶ ରାଓ ଗିରପୁଞ୍ଜେ। ପ୍ରଥମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।