ନୂଆଦିଲ୍ଲୀ: ଗାଁର ବାହାଘରରେ ଥାଏ ଏକ ଅଲଗା ଆନନ୍ଦ। ଦେଶୀ ଗୀତ, ଢୋଲର ତାଳ, ଆତ୍ମୀୟଙ୍କ ହସଖୁସି ମଧ୍ୟରେ ପ୍ରତ୍ୟେକ ରୀତିନୀତି ପାଳନ କରାଯାଏ। କିନ୍ତୁ ବେଳେବେଳେ ଏହି ଖୁସିର ମାହୋଲ ମଝିରେ ଏପରି ଦୁର୍ଘଟଣା ଘଟିଯାଏ ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦିଏ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ବାହାଘର ମଣ୍ଡପର ଛାତ ଭୁଶୁଡ଼ି ପଡ଼ିବାରୁ ଅତିଥିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
କ’ଣ ଘଟିଥିଲା ଦୁର୍ଘଟଣା?
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଏକ ଗାଁରେ ବାହାଘର ରୀତିନୀତି ଚାଲିଛି। ବରବଧୂ ଛାତ ଉପରେ ସଜାଯାଇଥିବା ମଣ୍ଡପରେ ବସିଛନ୍ତି। ଆଖପାଖରେ ମହିଳାମାନେ ବସି ଲୋକଗୀତ ଗାଉଛନ୍ତି, ଢୋଲ ବାଜୁଛି, ଅତିଥିମାନେ ହସଖୁସିରେ ମଜା ନେଉଛନ୍ତି। ହଠାତ୍ ଏକ ଜୋରଦାର ଶବ୍ଦ ଶୁଣାଯାଏ ଓ ଛାତର ଏକ ଅଂଶ ଭୁଶୁଡ଼ି ପଡିଲା । ସେଠାରେ ବସିଥିବା ଅନେକ ଅତିଥି ସିଧା ତଳ କୋଠରିକୁ ଖସି ପଡିଲେ। ମାହୋଲ ଏକାଏକ ଚିତ୍କାର ଓ ଆତଙ୍କରେ ଭରି ଯାଇଥିଲା। ରୀତିନୀତି ମଝିରେ ଅଟକିଗଲା, ମହିଳାମାନେ ଚିଲ୍ଲାଇଥିଲେ, ଅନ୍ୟ ଅତିଥିମାନେ ଦୌଡ଼ି ଖସିପଡ଼ିଥିବା ଲୋକଙ୍କୁ ଦେଖିବାକୁ ଚାଲିଆସିଲେ।
ଅଳ୍ପକେ ବଞ୍ଚିଗଲେ ଅତିଥି
ସୂଚନା ଅନୁଯାୟୀ, ଛାତଟି କଚା ଥିଲା ଓ ଅଧିକ ଭିଡ଼ ଓ ଓଜନ ଯୋଗୁଁ ଏହାର ସହାୟକ ଖୁଣ୍ଟି ଭାଙ୍ଗି ପଡ଼ିଥିଲା। ସୌଭାଗ୍ୟବଶତ, ଖସିପଡ଼ିଥିବା ଲୋକମାନଙ୍କୁ ଗୁରୁତର ଆଘାତ ଲାଗିନଥିଲା। କେତେକଙ୍କୁ ହାଲୁକା ଆଘାତ ଓ ଖଣ୍ଡାଛିଣ୍ଡା ହୋଇଥିଲା, କିନ୍ତୁ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିଲା। ଘଟଣା ପରେ କିଛି ସମୟ ପାଇଁ ବାହାଘରରେ ନୀରବତା ଖେଳିଯାଇଥିଲା। ତେବେ ଯେତେବେଳେ ସମସ୍ତେ ଜାଣିଲେ ଯେ ସମସ୍ତେ ସୁରକ୍ଷିତ ଅଛନ୍ତି, ମାହୋଲ ପୁନର୍ବାର ସ୍ୱାଭାବିକ ହେବାକୁ ଲାଗିଲା।
View this post on Instagram