ବାରିପଦା: ଚାଲିଛି ରଜ ପର୍ବ। ଘରେ ଘରେ ପିଠା ପଣାରେ ମହକୁଛି। ଅନେକ ବୁଲାବୁଲି କରି ବଣଭୋଜି ବି କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଭୋଜି କରିବା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଝରଣାରେ ଗାଧୋଇଲା ବେଳେ ୨ ସାଙ୍ଗ ବୁଡ଼ି ପ୍ରାଣ ହରାଇଛନ୍ତି।
ସୂଚନାନୁଯାୟୀ, ଶିମିଳିପାଳ ଲୁଲୁଙ୍ଗ ଝରଣାରେ ବୁଡ଼ିଯାଇ ୨ ଯୁବକଙ୍କର ମୃତ୍ୟୁ ଘଟିଛି। ବାରିପଦା ମଧୁବନ ଅଞ୍ଚଳରୁ ୫ଜଣ ଯୁବକ ଭୋଜି ପାଇଁ ଲୁଲୁଙ୍ଗ ଯାଇଥିଲେ। ଏହିଠାରେ ସେମାନେ ଗାଧୋଇବା ବେଳେ ୨ଜଣ ଯୁବକ ବୁଡିଯାଇଥିଲେ। ଅଗ୍ନିଶମ ବାହିନୀ ଏହି ୨ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।