Trumpଙ୍କ ପରିବାର ଲଞ୍ଚ କଲେ T1 ଗୋଲ୍ଡ ଫୋନ, ଜାଣନ୍ତୁ କ’ଣ ରହିଛି ଫିଚର ଏବଂ ମୂଲ୍ୟ

ଦେଶ ଭକ୍ତି ଥିମର ଫୋନ ସର୍ଭିସ, ଟି୧ ସ୍ମାର୍ଟଫୋନକୁ ଟ୍ରମ୍ପ ପରିବାର ଲଞ୍ଚ କରିଛନ୍ତି।

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପରିବାର ପକ୍ଷରୁ ଏକ ନୂଆ ମୋବାଇଲ ନେଟୱର୍କର ଘୋଷଣା କରାଯାଇଛି, ଯାହାକୁ ଟ୍ରମ୍ପ ମୋବାଇଲ କୁହାଯାଉଛି। ଏହାର ନାମ ଟି୧ ଫୋନ।

୧୬ ଜୁନ, ସୋମବାର ଦିନ ଟ୍ରମ୍ପ ଅର୍ଗାନାଇଜେସନ ଲାଟେଷ୍ଟ ଏଣ୍ଟରପ୍ରାଇଜ କନଞ୍ଜ୍ୟୁମର ଟେକ୍ନୋଲୋଜିକୁ ଦର୍ଶାଇଛି। ପାରିବାରିକ ବ୍ୟବସାୟର ନେତୃତ୍ୱ ନେଇଥିବା ଏରିକ ଟ୍ରମ୍ପଙ୍କ ଅନୁସାରେ ଟି୧ ଫୋନର ଲକ୍ଷ୍ୟ ମୋବାଇଲ ମାର୍କେଟରେ ଦେଶଭକ୍ତିପୂର୍ଣ୍ଣ ଭାବେ କମ ମୂଲ୍ୟରେ ବିକ୍ରି କରିବା। ଆସନ୍ତୁ ଜାଣିବା ଟ୍ରମ୍ପ ଟି୧ ଫୋନର ମୂଲ୍ୟ ଏବଂ ଫିଚର ବିଷୟରେ।

ଟ୍ରମ୍ପ ଟି୧ ଏକ ଅମେରିକୀୟ ଫୋନ, ଯାହାକୁ ଆମେରିକାରେ ଟ୍ରମ୍ପ ଅର୍ଗାନାଇଜେସନ ଲଞ୍ଚ କରିଛି। ଏକ ଗୋଲ୍ଡ କଲରରେ ଏହାକୁ ଖୁବଶୀଘ୍ର ଲଞ୍ଚ କରାଯିବ। ଦେଖିବାକୁ ଏହି ଫୋନ ଖୁବ ଷ୍ଟାଇଲିସ।

ଏଥିରେ ଅମେରିକାର ଜାତୀୟ ପତାକା ଏବଂ ଟି୧ ଲୋଗୋ ଦେଖିବାକୁ ମିଳିବ। ଟ୍ରମ୍ପ ଟି୧ ଫୋନର ମୂଲ୍ୟ ୪୯୯ ଡଲାର ଅର୍ଥାତ ୪୩ ହଜାର ୩୦୦ ଟଙ୍କା। ଏହି ଫୋନ ଦେଶଭକ୍ତିପୂର୍ଣ୍ଣ ଏବଂ ୪୭.୪୫ ଡଲାର ମାସିକ ପ୍ଲାନ ସହ ଆସୁଛି। ଏହାକୁ ‘ଦି ୪୭ ପ୍ଲାନ’ ନାମ ଦିଆଯାଇଛି।

ଦି ୪୭ ପ୍ଲାନ ସହ ମିଳୁଥିବା ସର୍ଭିସ ଏହା ସହ ୟୁଜର୍ସଙ୍କୁ ଅନଲିମିଟେଡ କଲ, ଏସଏମଏସ ଏବଂ ଡାଟାର ସୁବିଧା ମିଳିବ। ଏହି ପ୍ଲାନ ସହ ମାଗଣାରେ ରୋଡସାଇଡ ଆସିଷ୍ଟାନ୍ସ ଏବଂ ଟେଲି ହେଲଥ ସେବା ମିଳିବ।