ଘୋଳପୁରରେ ସର୍ବାଧିକ ହଇଜା ଆକ୍ରାନ୍ତ, କଟକରେ ଏକାଧିକ ହୋଟେଲ୍ ସିଲ୍

କଟକ: କଟକରେ ହଇଜା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା ।

କଟକ ଜିଲ୍ଲାରେ ମୋଟ ୬୪ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଙ୍କୀ ଘୋଳପୁରରେ ୪୬ ଜଣ ଟାଙ୍ଗୀରେ ୧୮ ଜଣ ହଇଜା ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

ଟାଙ୍କୀରେ ଜଣଙ୍କ ମୃତ୍ୟୁନେଇ ସିଡିଏମଓଙ୍କ ସୂଚନା । ଏହା ଝାଡ଼ାବାନ୍ତି ମୃତ୍ୟୁ କି ନୁହେଁ ଅନୁଧ୍ାୟାନ ଚାଲିଛି ।

କଟକରେ ଏକାଧିକ ହୋଟେଲ୍ ସିଲ୍ କରାଯାଇଛି । ହୋଟେଲରେ ଖାଦ୍ୟ ଓ ପାଣିର ମାନ ଯାଞ୍ଚ କରାଯିବା ପରେ ଷ୍ଟେଶନ ବଜାର ହୋଟେଲକୁ ସିଲ କରିଦିଆଯାଇଛ ।