ବଡ଼ମ୍ବା: ବିଷ ପିଇ ଶାଶୁ, ବୋହୂ ମୃତ । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ।
ବଡ଼ବାରସିଂହ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହକୁ କେନ୍ଦ୍ର କରି ବିଷ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି ।
ଘଟଣାକୁ ନେଇ ବଡ଼ମ୍ବା ପୋଲିସ ପକ୍ଷରୁ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।