ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ୯ ଜିଲ୍ଲାର ଅବସ୍ଥା ହେବ ଶୋଚନୀୟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ ।

ପ୍ରବଳରୁ ଅତିପ୍ରବଳ ବର୍ଷା ସାଙ୍ଗକୁ ଦ୍ରୁତ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ମୟୁରଭଞ୍ଜ, କେନ୍ଦୁଝରା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପୂର୍ବ ଏବଂ ପଶ୍ଚିମଭାଗରେ ସକ୍ରିୟ ଥିବା ୨ଟି ଲଘୁଚାପ ପାଇଁ ରାଜ୍ୟରେ ଆହୁରି ୫ ଦିନ ବର୍ଷା ହେବ ।
ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ।