ଜୋର ସେ NO ବୋଲ ଦୋ, ଲେକିନ ମେରି ଆଦତ ହୈ, କାହିଁକି ଗିଲଙ୍କୁ ପଡ଼ିଆ ମଝିରେ ଏମିତି କହିଲେ ଜୟସ୍ୱାଲ
ଭାଇରାଲ ହେଉଛି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ପଡ଼ିଆ ମଝିରେ ଜୟସ୍ୱାଲଙ୍କ ନିଆରା ଭିଡ଼ିଓ।
ଇଂଲଣ୍ଡ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଛନ୍ତି। ଯଶସ୍ୱୀ ଜୟସ୍ୱାଲ ଏବଂ ଶୁଭମନ ଗିଲ୍ ଏକ ବିଶାଳ ସ୍କୋର କରିବା ସହ ଦୁହେଁ ଶତକ ହାସଲ କରିଛନ୍ତି।
ଏହି ଦୁଇ ଖେଳାଳି ଇଂଲଣ୍ଡର ବୋଲରମାନଙ୍କୁ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନାକରେ କାନରେ ପାଣି ପିଆଇଦେଇଛନ୍ତି। ସେମାନଙ୍କୁ ନିଶ୍ୱାସ ମାରିବାକୁ ବି ସମୟ ଦେଇନଥିଲେ। ନିର୍ଧୁମ ଛେଚିଥିଲେ। ଆଉ ପଡ଼ିଆରେ ରନ୍ ବର୍ଷା କରିଥିଲେ।
ପରେ ଭାରତୀୟ ଟିମର ଉପ ଅଧିନାୟକ ରିଷଭ ପନ୍ତ ମଧ୍ୟ ତାଙ୍କର ଦମ୍ ଦେଖାଇଥିଲେ। ଏହି ଖେଳାଳିମାନଙ୍କ ଯୋଗୁଁ ହିଁ ଭାରତୀୟ ଦଳ ପ୍ରଥମ ଦିନରେ ୩ ଓ୍ୱିକେଟ୍ ହରାଇ ୩୫୯ ରନ୍ କରିବାରେ ସଫଳ ହୋଇଛି।
ଜୟସ୍ୱାଲଙ୍କ ଅଭ୍ୟାସ: ହେଲେ ଟେଷ୍ଟ ମ୍ୟାଚର ଏହି ପ୍ରଥମ ଦିନରେ ଜୟସ୍ୱାଲଙ୍କର ପଡିଆ ମଝିରେ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଡବେଶ ଭାଇରାଲ ହେଉଛି। ଯେଉଁଥିରେ ଜୟସ୍ୱାଲ ଅଧିନାୟକ ଶୁଭମନ ଗିଲଙ୍କୁ କିଛି କହୁଥିବାର ଦେଖାଯାଉଛି।
ଜୟସ୍ୱାଲ କହୁଛନ୍ତି, ଆଗକୁ ଆସିବା ମୋର ଅଭ୍ୟାସ ଅଛି, କାରଣ ସେ ରନ ପାଇଁ ଡାକ ଛାଡୁଥିବେ। ଏହାପରେ ଗିଲ୍ କହୁଛନ୍ତି କେବଳ ଦୌଡ଼ ନାହିଁ, ପରେ ଜୟସ୍ୱାଲ ପୁଣି କହୁଛନ୍ତି ଜୋରେ ନାଁ କହିଦିଅ ଚଳିବ, ହେଲେ ମୋର ଅଭ୍ୟାସ ଅଛି ଆଗକୁ ଆସିବା।
ଏହା ପରେ ସେ ଏକ ଷ୍ଟ୍ରୋକ୍ ମାରି ତୁରନ୍ତ ରନ ନେବାକୁ ଦୈଡ଼ି ଯାଆନ୍ତି। ସେ ଗିଲଙ୍କୁ ଗିଲଙ୍କୁ ଆଗକୁ ଆସିବାକୁ କୁହନ୍ତି, ଭାଇୟା ୟାର। ଏହା ଏବେ ବହୁତ ଦୂରରେ ଅଛି। ଆଉ ଜୟସ୍ୱାଲଙ୍କ ଏହି କିଛି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି।
When #YashasviJaiswal says “Run!” and #ShubmanGill is still deciding if it’s a good idea! 😂
Watch now 👉 https://t.co/PXeXAKeYoj #ENGvIND | 1st Test | LIVE NOW on JioHotstar pic.twitter.com/UJDlpPlpkH
— Star Sports (@StarSportsIndia) June 20, 2025
ଗିଲ୍-ଜୟସ୍ୱାଲଙ୍କ ଶତକ: ମ୍ୟାଚର ପ୍ରଥମ ଦିନରେ ଟସ୍ ହାରିବା ବ୍ୟତୀତ ସବୁକିଛି ଭାରତୀୟ ଦଳର ସପକ୍ଷରେ ଯାଇଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।
କେଏଲ୍ ରାହୁଲ ଏବଂ ଯଶସ୍ୱୀ ଜୟସ୍ୱାଲ ପ୍ରଥମ ଓ୍ୱିକେଟ୍ ପାଇଁ ୯୧ ରନର ଭାଗୀଦରି କରିଥିଲେ ଏବଂ ଜୟସ୍ୱାଲ ୧୦୧ ରନ୍ କରିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ ଶୁଭମନ ଗିଲ୍ ୧୨୭ ରନ କରି ଶତକ ହାସଲ କରିଥିଲେ। ଉପ ଅଧିନାୟକ ରିଷଭ ପନ୍ତ ୬୫ ରନ୍ ଯୋଗଦାନ ଦେଇଥିଲେ। ଗିଲ୍ ଏବଂ ପନ୍ତ ଏବେ ବି କ୍ରିଜ୍ରେ ଅଛନ୍ତି।
ଷ୍ଟୋକ୍ସ ଦୁଇଟି ୱିକେଟ୍ ନେଇଥିଲେ: ଇଂଲଣ୍ଡ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିରୁଦ୍ଧରେ ଖରାପ ପ୍ରଦର୍ଶନ କରିଥିଲେ ଏବଂ ଅଧିକ ଯାଦୁ ଦେଖାଇପାରି ନଥିଲେ। ଇଂଲଣ୍ଡ ପାଇଁ ବେନ୍ ଷ୍ଟୋକ୍ସ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ। ସେହି ସମୟରେ ବ୍ରାଇଡନ୍ କାର୍ସେ ଗୋଟିଏ ୱିକେଟ୍ ନେଇଥିଲେ।