ଭୁବନେଶ୍ୱର: ମାଆ ମରିଯିବା ପରେ ନାତି ନାତୁଣୀଙ୍କୁ ନିର୍ଯାତନା ଦେଉଥିଲେ ଜେଜେମା’। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ରସୁଲଗଡ ଜିଜିପି କଲୋନୀରେ। ମାଆର ମୃତ୍ୟୁ ଏବଂ ବାପାଙ୍କ ମାନସିକ ବିକୃତି କାରଣରୁ ଉଜୁଡ଼ିଗଲା ସଂସାର।
ନାତି ନାତୁଣୀଙ୍କ ଜେଜେମା’ କୋଳେଇ ନେବା ବଦଳରେ ଦେଲେ ଅମାନୁଷିକ ନିର୍ଯାତନା। ଘର ଭିତରେ ନାତି ନାତୁଣୀଙ୍କ ବନ୍ଦ ରଖି ନୃଶଂସ ଭାବରେ ମାଡ ମାରୁଥିଲେ।
ଏହି ଘଟଣା ସମ୍ବନ୍ଧରେ ଜାଣି ମଞ୍ଚେଶ୍ୱର ପୋଲିସ ଭାଇ ଭଉଣୀଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଜାରି ରଖିଛି।