ମରାଠୀ ଅଭିନେତା ହାରିଦେଲେ ଜୀବନ, କାମ ନ ମିଳିବାରୁ ନେଲେ ଏହି ପଦକ୍ଷେପ
ମରାଠୀ ଥିଏଟରର ବରିଷ୍ଠ ଅଭିନେତା ପ୍ରାଣ ହାରିଦେଲେ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ମରାଠୀ ରଙ୍ଗମଞ୍ଚ, ଫିଲ୍ମ ଏବଂ ଧାରାବାହିକ ଗୁଡ଼ିକରେ ଅଭିନୟ କରିଥିବା ତୁଷାର ଘାଡିଗାଓଙ୍କର ଶୁକ୍ରବାର ଦିନ ପ୍ରାଣ ହାରିଦେଇଛନ୍ତି।
ଏହା ଜଣାପଡ଼ିଛି ଯେ, କାମ ନ ମିଳିବା ଚିନ୍ତାରେ ସେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କର ଅଚାନକ ପରଲୋକ ଘଟିବାରେ ମରାଠୀ ମନୋରଞ୍ଜନ ଜଗତ ସହ ତାଙ୍କ ପରିବାର, ସାଙ୍ଗ ଏବଂ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସିନ୍ଧୁଦୁର୍ଗ ଜିଲ୍ଲାର କଙ୍କାୱଲୀରେ ରହୁଥିବା ତୁଷାର ରୂପାରେଲ କଲେଜରେ ଡ୍ରାମା ବିଭାଗରେ ସକ୍ରିୟ ଥିଲେ। କଲେଜ ପରେ ସେ ଥିଏଟର, ସିରିୟଲ ଏବଂ ଫିଲ୍ମଗୁଡ଼ିକ ଭଳି ବିଭିନ୍ନ ମାଧ୍ୟମରେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ।
ହେଲେ ତାଙ୍କର ଏହି ଅଚାନକ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅନୁମାନ କରାଯାଉଛି ଯେ, ସେ ଖୁବ ଚିନ୍ତାରେ ଥିଲେ। ଅଭିନେତାଙ୍କୁ କୌଣସି କାମ ମିଳୁନଥିଲା। ଏଥିପାଇଁ ସେ ମାନସିକ ଚାପରେ ଥିଲେ। ଏଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।
‘Chala Hawa Yeu Dya’ ଫେମ୍ ଅଭିନେତା ଅଙ୍କୁର ଭାଧେ ଫେସବୁକରେ ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି, ‘କାହିଁକି ବନ୍ଧୁ? କ’ଣ ପାଇଁ? କାମ ଆସେ ଏବଂ ଯାଏ! ଆମକୁ ଏକ ଉପାୟ ଖୋଜିବାକୁ ପଡିବ, କିନ୍ତୁ ଆତ୍ମହତ୍ୟା ଏକ ଉପାୟ ନୁହେଁ! ତୁଷାର, ଯଦି ତୁମେ ହାରିଯାଅ, ଆମେ ସମସ୍ତେ ହାରିଯାଉ।’
View this post on Instagram