ଜଳେଶ୍ୱର: ସୁବର୍ଣ୍ଣରେଖା ବଢିପାଣିରେ ଭାସିଗଲେ ଯୁବକ। ପରିବା କିଣିବାକୁ ଯାଉଥିବା ସମୟରେ କୁହ୍ଲାଚଢ଼ ଗାଁର ଜଣେ ଯୁବକ ଭାସିଯାଇ ନିଖୋଜ।
ସୁବର୍ଣ୍ଣରେଖା ନଦୀରେ ବନ୍ୟା ହୋଇଥିବାବେଳେ ଗାଁକୁ ପଶି ଆସିଥିଲା ପାଣି। ଏହି ବିଷୟରେ ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ଗାଁ ଲୋକେ ମଧ୍ୟ ଘର ପାଇଁ କୌଣସି ଖାଦ୍ୟ ସାମଗ୍ରୀ ରଖିନଥିଲେ।
ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀର ଏହା ପ୍ରଥମ ବନ୍ୟା ପାଣି ଥିବାବେଳେ ଲୋକେ ଏଥିପ୍ରତି କୌଣସି ସଜାଗ ନଥିଲେ। ସେଥିପାଇଁ ପରିବା କିଣିବାକୁ ଯେତେବେଳେ ଯୁବକ ଜଣଙ୍କ ବାହାରକୁ ଯାଇଥିଲେ ସେତେବେଳେ ସେ ସେହି ବଢି ପାଣିରେ ଭାସିଗଲେ।
ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କୌଣସି ସୂଚନା ମିଳି ନଥିବାବେଳେ ଓଡ୍ରାଫ ଟିମ ପକ୍ଷରୁ ଖୋଜାଖୋଜି ଜାରି ରହିଛି।