7 ବର୍ଷ ପଛକୁ ପଳେଇବ ବୟସ, ଚାଁହୁ ଚାଁହୁ ହୋଇଯିବେ ଯବାନ

ଏହି ଜାଗାକୁ ଗଲେ ଆପଣଙ୍କ ବୟସ ହୋଇଯିବ କମ

ଓଡିଶା ଭାସ୍କର: ସାରା ବିଶ୍ୱର କ୍ୟାଲେଣ୍ଡର ଠାରୁ 7 ବର୍ଷ ପଛରେ ଅଛି ଏହି ଦେଶର କ୍ୟାଲେଣ୍ଡର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଜ୍ଞା ହଁ, ଇଥିଓପିଆ ଏପରି ଏକ ଅନନ୍ୟ ଦେଶ, ଯେଉଁଠାରେ 2025 ମସିହାରେ ମଧ୍ୟ ଲୋକମାନେ 2017 ରେ ରହୁଛନ୍ତି। ଇଥିଓପିଆର କ୍ୟାଲେଣ୍ଡର, ଯାହାକୁ ଗିଜ୍ କ୍ୟାଲେଣ୍ଡର କୁହାଯାଏ, ତାହା ବିଶ୍ୱର ଗ୍ରେଗୋରିଆନ୍ କ୍ୟାଲେଣ୍ଡରଠାରୁ ସାତରୁ ଆଠ ବର୍ଷ ପଛରେ ଅଛି।

କାରଣ କଣ? ଏହି ପାର୍ଥକ୍ୟର କାରଣ ହେଉଛି, ସାରା ବିଶ୍ୱରେ ବ୍ୟବହୃତ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଖ୍ରୀଷ୍ଟାବ୍ଦ ୧ରେ ହୋଇଛି। କିନ୍ତୁ ଇଥିଓପିଆନ୍ ଅର୍ଥୋଡକ୍ସ ଚର୍ଚ୍ଚ ବିଶ୍ୱାସ କରେ ଯେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଖ୍ରୀଷ୍ଟାବ୍ଦ ୭ରେ ହୋଇଥିଲା। ଏହି ଗଣନାକୁ ଆଧାର କରି, ଇଥିଓପିଆନ୍ କ୍ୟାଲେଣ୍ଡର ଆରମ୍ଭ ହୋଇଥିଲା, ଯାହା ଏବେ ବି ସାତରୁ ଆଠ ବର୍ଷ ପଛରେ ଚାଲିଛି।

କେବଳ ଏତିକି ନୁହେଁ, ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ୧୨ ମାସ ଥିବାବେଳେ ଇଥିଓପିଆନ୍ କ୍ୟାଲେଣ୍ଡରରେ ୧୩ ମାସ ଥାଏ। ଇଥିଓପିଆରେ, 12 ମାସ 30-30 ଦିନର ହୋଇଥାଏ ମାତ୍ର 13ତମ ମାସ ଯାହାକୁ Pagуме କୁହାଯାଏ, ସେଥିରେ ମାତ୍ର 5 କିମ୍ବା 6 ଦିନ ଥାଏ। ଏହି ଅନନ୍ୟ ସିଷ୍ଟମକୁ ସୌରଚକ୍ର ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଡିଜାଇନ୍ କରାଯାଇଛି।

ଇଥିଓପିଆରେ ନୂତନ ବର୍ଷ ଏବଂ ପର୍ବପର୍ବାଣୀ: ଇଥିଓପିଆରେ, ନୂଆ ବର୍ଷ ସେପ୍ଟେମ୍ବର 11 ରେ ପାଳନ କରାଯାଏ। ଏଠାରେ ଖ୍ରୀଷ୍ଟମାସ ମଧ୍ୟ ଡିସେମ୍ବର 25 ପରିବର୍ତ୍ତେ ଜାନୁଆରୀ 7 ରେ ପାଳନ କରାଯାଏ।

ପ୍ରକୃତରେ ବୟସ କମିଯାଏ କି? ସବୁଠାରୁ ନଜ କଥା ଏହା ଯେ, ଯଦି ଆପଣ ଇଥିଓପିଆ ଯାଆନ୍ତି ତେବେ ଆପଣଙ୍କ ବୟସ ସାତ ବର୍ଷ କମିଯିବ। ମାନେ ଯଦି ଆପଣଙ୍କର ବୟସ 2025 ରେ 40 ବର୍ଷ, ତେବେ ଇଥିଓପିଆରେ ଆପଣଙ୍କୁ 33 ବର୍ଷ ବୋଲି ବିବେଚନା କରାଯିବ।

ଯାହା କେବଳ କ୍ୟାଲେଣ୍ଡର ଗଣନାର ଯାଦୁ ପାଇଁ ସମ୍ଭବ। ଏହି ଆକର୍ଷଣୀୟ ପାର୍ଥକ୍ୟ ପାଇଁ ଏହି ଜାଗା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।