ଘଡ଼ଘଡ଼ି ସାଙ୍ଗକୁ ନାଦିବ ବର୍ଷା, ୩ ଘଣ୍ଟା ପାଇଁ ସତର୍କ ରୁହନ୍ତୁ ଏହି ୨ ଜିଲ୍ଲା
୩ ଘଣ୍ଟା ପାଇଁ ସତର୍କ ରୁହନ୍ତୁ ଏହି ୨ ଜିଲ୍ଲା
ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଦୁଇଟି ଜିଲ୍ଲାରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଏହି ଦୁଇଟି ଜିଲ୍ଲା ହେଉଛି ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ରାଜ୍ୟରେ ତଥା ଦେଶରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି।
ଏହି ଘଡ଼ଘଡ଼ିରେ ଅନେକ ଲୋକଙ୍କ ପ୍ରାଣ ହାନି ଘଟୁଛି। ଏଥିପାଇଁ ପାଣିପାଗ ବିଭାଗ ଆଗୁଆ ସତର୍କତା ଜାରି କରାଉଛି। ଏହି ବର୍ଷା ସମୟରେ ଘରୁ କେଉଁଆଡେ ଯାଆନ୍ତୁନି। ଯଦି କାମ ପଡ଼ୁଛି ତେବେ ଆପଣ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନିଅନ୍ତୁ।