ଦିନ ଦ୍ବିପହରେ ରାଜଧାନୀରେ ବୁଲିଲା ଖଣ୍ଡା

ଭୁବନେଶ୍ୱର: ଦିନ ଦ୍ବିପହରେ ରାଜଧାନୀରେ ବୁଲିଲା ଖଣ୍ଡା। ଭରତପୁର ଥାନା ଅନ୍ତର୍ଗତ ସାମପୁର ଅଞ୍ଚଳରେ ଏଭଳି ଘଟଣା ଦେଖାଯାଇଥିବାବେଳେ ଭରତପୁର ବସ୍ତିରେ 20 ରୁ 30 ଯୁବକ କଲେ ଆକ୍ରମଣ।

ଯାହାଦ୍ୱାରା 3ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଥିବା ଜମିଜମା ବିବାଦ କାରଣରୁ ଏହା ହୋଇଥିବା କୁହାଯାଉଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।

ଏହିପରି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି। ଯେଉଁଥିରେ ଦୁର୍ବୁତ୍ତ ମାନଙ୍କର ଆଉ ଡର ଭୟ ନାହିଁ। ଦିନ ଦ୍ବିପହରେ ଯେଉଁଠି ପାରୁଛନ୍ତି ସେଇଠି ଆକ୍ରମଣ କରୁଛନ୍ତି।