ନୂଆଦିଲ୍ଲୀ: ମାତ୍ର 17.75 ଲକ୍ଷରେ ପାଇବେ ମର୍ସିଡିଜ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଜ୍ଞା ହଁ, ମର୍ସିଡିଜ୍ ବିଶ୍ୱର ସର୍ବୋତ୍ତମ ଲଗଜରୀ ବ୍ରାଣ୍ଡ ମଧ୍ୟରୁ ଗୋଟିଏ। ଏହି ବ୍ରାଣ୍ଡର କାରଗୁଡ଼ିକରେ ବହୁତ ଆରାମଦାୟକ ସୁବିଧା ରହିଛି।
ସେଥିପାଇଁ ସମସ୍ତଙ୍କର ଇଛା ଥାଏ ଏହି କାର କିଣିବା ପାଇଁ। କିନ୍ତୁ ଅଧିକ ଟଙ୍କା କାରଣରୁ ଲୋକେ ଏହାକୁ ଚାଁହୁଥିଲେ ମଧ୍ୟ କିଣି ପାରନ୍ତି ନାହିଁ। ତେବେ ଆଉ ଚିନ୍ତା ନାହିଁ, ବହୁତ କମ ଟଙ୍କାରେ ଏବେ ଆପଣ ମର୍ସିଡିଜ୍ ପାଇପାରିବେ। କିପରି ଆସନ୍ତୁ ଜାଣିବା…
2016 ମର୍ସିଡିଜ୍ C200:
ବାସ୍ତବରେ ଏକ 2016 ମର୍ସିଡିଜ୍ C200 ରହିଛି, ଯାହାର ମୂଲ୍ୟ 17.75 ଲକ୍ଷ ଟଙ୍କା। ଏହି କାରଟି କେବଳ 39,000 କିଲୋମିଟର ଚାଲିଛି। ଯାହାର ଫଟୋରୁ ମଧ୍ୟ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଏହାର କଣ୍ଡିସନ ବହୁତ ଭଲ ଅଛି। ତେବେ ଆପଣ ସେହି ଟଙ୍କାରେ ଟାଟା ନେକ୍ସନ କିଣିବା ପରିବର୍ତ୍ତେ ଏହି ଶସ୍ତା ମର୍ସିଡିଜ୍ କିଣିପାରିବେ, ଯାହା ଆପଣଙ୍କୁ ବହୁତ ଫାଇଦା ଦବ।
ମାତ୍ର 17.75 ଲକ୍ଷରେ, କମ୍ ମାଇଲେଜ୍ ଏବଂ ଭଲ ଭାବରେ ରକ୍ଷଣାବେକ୍ଷଣ କାରକୁ ବିଚାରକୁ ନେଲେ ଏହା ଏକ ବହୁତ ଭଲ ଡିଲ୍। ଯଦି ଆପଣ ଏକ ନୂତନ ଲଗଜରୀ କାର କିଣିବାକୁ ଚାହୁଁଛନ୍ତି ଏବଂ ଅଧିକ ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି, ତେବେ ଏହି ଡିଲ୍ ବିଷୟରେ ନିଶ୍ଚିତ ଭାବରେ ବିଚାର କରିବା ଉଚିତ।