ଚୁପଚାପ କାହାର କଲ୍ ରେକର୍ଡିଂ କରୁଛନ୍ତି କି? ଯିବାକୁ ପଡ଼ିପାରେ ଜେଲ୍, ଜାଣନ୍ତୁ ନିୟମ
କଲ୍କୁ ରେକର୍ଡିଂ କରିବା ପାଇ କଣ ରହିଛି ସର୍ତ୍ତ? ଜାଣନ୍ତୁ
ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନରେ କଲ୍ ରେକର୍ଡିଂର ଫିଚର ନର୍ମାଲ ହୋଇଯାଇଛି। ଅନେକ ଲୋକେ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଏହି ପ୍ରଶ୍ନ ଆସୁଛି ଯେ, କଣ କଲ୍ ରେକର୍ଡିଂ କରିବା ଆଇନଗତ ଭାବେ ଠିକ୍। ଏଥିପାଇଁ କଣ ଦଣ୍ଡ ବ୍ୟବସ୍ଥା ଅଛି। ତେବେ ଆସନ୍ତୁ ଜାଣିବା..
କ’ଣ କଲ୍ ରେକର୍ଡିଂ କରିବା ଅପରାଧ: କଲ୍ ରେକର୍ଡିଂ କରିବା ସଂପୂର୍ଣ୍ଣ ଭାବେ ବେଆଇନ ନୁହେଁ। ହେଲେ ଏଥିପାଇଁ କିଛି ସର୍ତ୍ତ ରହିଛି। ଯଦି ଆପଣ ସାମ୍ନା ଲୋକର ସମ୍ମତି ନେଇ କଲ୍ କରିଛନ୍ତି, ତେବେ ରେକର୍ଡିଂ କରିବା ଆଇନ ଅଟେ।
ଯଦି ଆପଣ ନ କହି କାହାର କଲ୍ ରେକର୍ଡିଂ କରୁଛନ୍ତି ତେବେ ଏହା ରାଇଟ୍-ଟୁ-ପ୍ରାଇଭେସିର ଉଲ୍ଲଘଂନ ବୋଲି ଧରାଯାଇପାରେ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଭାରତରେ ଏଥିପାଇଁ କ’ଣ ରହିଛି ଆଇନ୍: ଆଇପିସି ଏବଂ Information Technology Act, 2000 ଅନୁଯାୟୀ, ବିନା କାହାର ଅନୁମତିରେ କଲ୍ ରେକର୍ଡିଂ କରିବା ଏବଂ ତାକୁ କାହା ବିରୋଧରେ ବ୍ୟବହାର କରିବା ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ଅପରାଧ। ଏହା ଧୋକା ବା ବ୍ଲାକମେଲିଂର କାଟାଗୋରୀରେ ମଧ୍ୟ ଆସିପାରେ।
ଦଣ୍ଡ: ଯଦି ଆପଣ କାହାର କଲ୍ ବିନା ଅନୁମତିରେ ରେକର୍ଡ କରୁଛନ୍ତି ଏବଂ ତା’ର ଖରାପ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏହି ଧାରା ଅନୁଯାୟୀ, ଦଣ୍ଡ ମିଳିପାରେ।
ଆଇପିସି ଧାରା 354D ଷ୍ଟକିଂ ବଂ ପିଛା କରିବା ମାମଲାରେ, ଆଇଟି ଆକ୍ଟର ଧାରା 66E ପ୍ରାଇଭେସି ଭଙ୍ଗିବା ଉପରେ, ଆଇପିସି ଧାରା ୪୯୯ ଏବଂ ୫୦୦ ବଦନାମ କରିବା ଉପରେ। ଏଥିରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ବା ଜରିମାନା ମଧ୍ୟ ହୋଇପାରେ।
କେତେବେଳେ କଲ୍ ରେକର୍ଡିଂ ଆଇନଗତ ଭାବେ ସଠିକ୍: ଯେତେବେଳେ ଆପଣ କାହାକୁ କଲ୍ କରୁଛନ୍ତି ତେବେ ଏହା ସାମ୍ନା ଲୋକକୁ ସୂଚାଇ ଦେଉଥିବା ଆବଶ୍ୟକ ଯେ, This call is being recorded for quality and training purposes। ଏହା କରିବା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାରେ ଦଣ୍ଡ ଭୋଗିବାକୁ ପଡ଼ିବ ନାହିଁ।