ଟଙ୍କା ଅଭାବ ପାଇଁ ଅଟକି ଯିବନି ପାଠ ପଢା, ଏହି ଯୋଜନାରେ ଘରେ ବସି ମିଳିବ ଲୋନ, ଦେବାକୁ ବି ପଡ଼ିବନି ସୁଧ

ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା: ଏମିତି ମିଳିବ ଶିକ୍ଷା ଲୋନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ଲକ୍ଷ ଲକ୍ଷ ଛାତ୍ରାଛାତ୍ରୀଙ୍କ ସ୍ୱପ୍ନ ପୂରଣ ହେବ। ଏବେ ପଢା ପାଇଁ ଶୀଘ୍ର ମିଳିଯିବ ଲୋନ। ଏଥିପାଇଁ ଭାରତ ସରକାର ଅନେକ ଯୋଜନାମାନ ଆରମ୍ଭ କରିଛନ୍ତି।

ଏଥିରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଅନ୍ୟତମ। ଏହି ପୋର୍ଟାଲ ଛାତ୍ରଛାତ୍ରୀଙ୍କୁ ଏଜୁକେସନ ଲୋନ ଅର୍ଥାତ ଶିକ୍ଷା ପାଇଁ ଋଣ ଦେବାରେ ସାହାଯ୍ୟ କରିବ।

ଆବେଦନ ଏବଂ ନିୟମ: ଯଦି ଆପଣ ଜଣେ ଭାରତୀୟ ନାଗରିକ ଏବଂ ଦ୍ୱାଦଶ ପାସ୍ କରିଛନ୍ତି, ତେବେ କୌଣସି ମାନ୍ୟତା ପ୍ରାପ୍ତ କଲେଜ ବା ସଂସ୍ଥାରେ ଆଡମିଶନ ନେଇଛନ୍ତି, ତେବେ ଆପଣ ଏହି ପୋର୍ଟାଲ ଜରିଆରେ ଏଜୁକେସନ ଲୋନ ପାଇଁ ଆବେଦନ କରିପାରିବେ।

ଅଫିସିଆଲ ୱେବସାଇଟ pmvidyalaxmi.co.inରେ ଦେଶର ଟପ୍ ୮୬୦ ଭଲ କଲେଜରେ ଆଡମିଶନ ପାଇଥିବା ମେଧାବୀ ଛାତ୍ର ବିନା କୌଣସି ଗ୍ୟାରେଣ୍ଟିର ସହ ପାଠ ପଢା ପାଇଁ ଲୋନ ନେଇପାରିବେ।

କେତେ ଦେବେ ସୁଧ: ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୪.୫ ଲକ୍ଷ ଟଙ୍କା, ସେମାନଙ୍କ ସଂପୂର୍ଣ୍ଣ ସୁଧ ସରକାର ଦେବେ। ସେହିପରି ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୪.୫ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ସେମାନଙ୍କୁ ସୁଧରେ ୩% ରିହାତି ମିଳିବ।

ଯଦି ଆପଣ ୭.୫ ଲକ୍ଷ ପର୍ଯ୍ୟନ୍ତ ଲୋନ ନେଉଛନ୍ତି ତେବେ ଏଥିରେ ୭୫%ର କ୍ରେଡିଟ୍ ଗୟାରେଣ୍ଟି ମିଳିବ। ଏହା ସେହି ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ଯେଉଁମାନଙ୍କ ପାଖରେ ଲୋନ ନେବା ଲାଗି କୌଣସି ସଂପତ୍ତି ନାହିଁ।

ଏମିତି କରନ୍ତୁ ଆବେଦନ:
-pmvidyalaxmi.co.inୱେବସାଇଟକୁ ଯାଆନ୍ତୁ।
-ରେଜିଷ୍ଟର ଲିଙ୍କ ଉପରେ କ୍ଲିକ୍ କରନ୍ତୁ।
-ନାମ, ଇମେଲ ଆଇଡି, ଏବଂ ମୋବାଇଲ ନମ୍ବର ରେଜିଷ୍ଟର କରନ୍ତୁ।
-ଆପଣଙ୍କ ରେଜିଷ୍ଟର ଇମେଲରେ ଲିଙ୍କ ଆସିବ।
-କ୍ଲିକ କରି ଆପଣ ଆକାଉଣ୍ଟକୁ ଆକ୍ଟିଭ୍ କରନ୍ତୁ।
-ନିଜ ୟୁଜର ନେମ ଏବଂ ପାସୱାର୍ଡରେ ଲଗଇନ୍ କରନ୍ତୁ।
-CELAF ଭରନ୍ତୁ।
-ଏକ ସାଙ୍ଗରେ ଆପଣ ୩ଟି ବ୍ୟାଙ୍କରେ ଆବେଦନ କରିପାରିବେ।
-ବର୍ତ୍ତମାନ ଡକ୍ୟୁମଣ୍ଟେ ଅପଲୋଡ କରନ୍ତୁ ଏବଂ ସବମିଟ୍ କରନ୍ତୁ।