ଗୋପାଳପୁର ଦୁଷ୍କର୍ମ ମାମଲା: ଦେଢ଼ ଘଣ୍ଟା କାଳ ଯୁବତୀଙ୍କୁ ଦେଲେ ଯନ୍ତ୍ରଣା! ମୋବାଇଲରେ ଭିଡିଓ କଲେ ଅଭିଯୁକ୍ତ

ଗଞ୍ଜାମ: ଗୋପାଳପୁର ଗଣଦୁର୍ଷମ ମାମଲାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମାମଲା ସଂକ୍ରାନ୍ତରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ସିଏଡବ୍ଲ୍ୟୁ ।

ରିପୋର୍ଟ ଦାଖଲବେଳେ କ୍ରାଇମବ୍ରାଞ୍ଚ ଡିଜୁି ଦେଲେ ବଡ଼ ସୂଚନା । ଦୁଷ୍କର୍ମର ଚିତ୍ର କରନାମା ସିସିଟିଭିରେ କଏଦ ହୋଇଥିବା ସୂଚନା ।

ପ୍ରାୟ ଦେଢ଼ଘଣ୍ଟା ଧରି ଯୁବତୀଙ୍କୁ ରେପ୍ କରାଯାଇଥିବା ଜଣାପଡ଼ିଛି । ଏକାଧିକ ଡିଜିଟାଲ ପ୍ରମାଣ ଏକଜୁଟ୍ କରିବାରେ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍ ।

ସୂଚନାନୁସାରେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାରେ ତଦନ୍ତକାରୀ ସଂସ୍ଥା ପାଖରେ ଯଥେଷ୍ଟ ପ୍ରମାଣ ଥିବା କୁହାଯାଉଛି । ଅଭିଯୁକ୍ତମାନେ ଗ୍ୟାଙ୍ଗରେପର ଭିଡିଓ ମୋବାଇଲ ସାହାଯ୍ୟରେ ଉତ୍ତୋଳନ କରିଥିବା ଜଣାପଡ଼ିଛି ।