ରାଜ୍ୟ ପାଳିବ ‘ସମ୍ବିଧାନ ହତ୍ୟା ଦିବସ’ ଉଚ୍ଚଶିକ୍ଷାନୁଷ୍ଠାନକୁ ବିଭାଗ ପକ୍ଷରୁ ହୋଇଛି ଚିଠି

ଭୁବନେଶ୍ୱର: ରାଜ୍ୟରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’ । କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ ।

ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲଙ୍କୁ ଚିଠି ଜାରି କରାଯାଇଥିବା ସୂଚନା ।

ଜୁନ୍ ୨୫ରେ ଦେଶବ୍ୟାପୀ ପାଳନ ବେହ ସମ୍ବିଧାନ ହତ୍ୟା ଦିବସ । ଦେଶରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏମର୍ଜେନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଦିବସ ପାଳନ ହେବାକୁ ଯାଉଛି ।

କାର୍ଯ୍ୟକ୍ରମରେ ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବେ ଆଲୋଚନା । ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜନ ହେବ ସଚେତନ କାର୍ଯ୍ୟକ୍ରମ ।