“ମୁଁ ରାଜ୍ୟସଭା ଯିବିନି..”, ଲୁଧିଆନା ଉପନିର୍ବାଚନରେ AAPର ବିଜୟ ପରେ ଏମିତି କହିଲେ ଅରବିନ୍ଦ କେଜ୍ରିୱାଲ

ଲୁଧିଆନା ଉପନିର୍ବାଚନରେ ଏଏପିର ବିଜୟ ପରେ ଅରବିନ୍ଦ କେଜ୍ରିୱାଲ କହିଲେ ମୁଁ ରାଜ୍ୟସଭା ଯିବିନି

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ କହିଛନ୍ତି ଯେ, ସେ ରାଜ୍ୟସଭା ଯିବେ ନାହିଁ। ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଦଳର ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ସଞ୍ଜୀବ ଆରୋରା ବିଜୟୀ ହେବା ପରେ ସେ ଏହା କହିଛନ୍ତି। ଆରୋରାଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡ଼ିବ।

କେଜ୍ରିୱାଲଙ୍କୁ ଏକ ପ୍ରେସମିଟ୍‌ରେ ପଚରାଯାଇଥିଲା ଯେ, ପାର୍ଟୀ ଆରୋରାଙ୍କ ସ୍ଥାନରେ କାହାକୁ ପ୍ରାର୍ଥୀ କରିବ। ସେ କହିଥିଲେ ଯେ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ; ରାଜ୍ୟସଭା ମୁଁ ଯାଉନି। ଦଳର ରଜନୈତିକ ମାମଲାର ସମିତି ଧାର୍ଯ୍ୟ କରିବ, କିଏ ପ୍ରାର୍ଥୀ ହେବ। ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି ଯେ, ଆମ ଆଦମୀ ପାର୍ଟୀର ସୁପ୍ରିମୋ କେଜ୍ରିୱାଲ ଅରୋରାଙ୍କ ସ୍ଥାନରେ ରାଜ୍ୟସଭା ଯିବେ।

ଲୁଧିଆନା ପଶ୍ଚିମ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ​​ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସଞ୍ଜୀବ ଆରୋରା ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ଆରୋରା କଂଗ୍ରେସର ଭାରତ ଭୂଷଣ ଆଶୁଙ୍କୁ ୧୦୬୩୭ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଆରୋରା ମୋଟ ୩୫୭୯ ଭୋଟ ପାଇଥିଲେ, ଯେତେବେଳେ ଭାରତ ଭୂଷଣଙ୍କୁ ୨୪୫୪୨ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହି ଆସନରେ ବିଜେପିର ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ମୋଟ ୨୦୩୨୩ ଭୋଟ ମିଳିଥିଲା।