ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି!

ପୁରୀ: ଶ୍ରୀମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୁସ୍ଥ କରିବା ଲାଗି ଆସିଥିବା ପାରମ୍ପରିକ ମୋଦକ ବା ଔଷଧ ଚୋରି ହୋଇଛି।

ଏ ନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଲିଖିତ ଆକାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇ ଥିବା ବେଳେ ସେ କହିଛନ୍ତି ଯେ, କବିରାଜ ସେବକମାନେ କମାଣ୍ଠାରଙ୍କ ତତ୍ତ୍ୱାବଧାନରେ ଦେଇଥିବା 313 ଅମୁଣିଆ ମୋଦକ ଶ୍ରୀମନ୍ଦିର ଗାରଦରେ ଜମା ଥିବାବେଳେ ସେଥିରୁ 70 ଟି ଚୋରି ହୋଇଛି।