ଏୟାର ଇଣ୍ଡିଆ ବିମାନରେ ବୋମା ! କ୍ରୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି, ଜାଣନ୍ତୁ ପରେ କଣ ହେଲା…

ଏବେ ପୁଣି ଏୟାର ଇଣ୍ଡିଆ ବିମାନ ସମ୍ପର୍କରେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ 2948ରେ ବମ ଅଛି ବୋଲି ଧମକ ଆସିଛି ।

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଏୟାର ଇଣ୍ଡିଆ ବିମାନଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଅନେକ ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ଏବେ ପୁଣି ଏୟାର ଇଣ୍ଡିଆ ବିମାନ ସମ୍ପର୍କରେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି ।

ଆଜି ସକାଳୁ ସକାଳୁ ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜଣେ କ୍ରୁ ସଦସ୍ୟଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ଏୟାର ଇଣ୍ଡିଆ ବିମାନ 2948ରେ ବମ ଅଛି ବୋଲି ଧମକ ଆସିଛି । ଏହାପରେ ବିମାନକୁ ତୁରନ୍ତ ଯାଞ୍ଚ କରାଯାଇଥିଲା । କିନ୍ତୁ ଟିମଙ୍କୁ କିଛି ମିଳିନଥିଲା । ଏହା ପରେ, ଏହାକୁ ଏକ ମିଥ୍ୟା କଲ ବୋଲି ଘୋଷଣା କରାଯାଇଥିଲା।

ତେବେ ବାରମ୍ବାର ବାରମ୍ବାର ଏଭଳି ଧମକପୂର୍ଣ୍ଣ କଲକୁ ନେଇ ଏୟାର ଇଣ୍ଡିଆର ସମସ୍ତ ସଦସ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦିଆଯାଇଛି । ସେପଟେ କିଏ ଏମିତି ମିଥ୍ୟା କଲ କରୁଛି, ତାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଏୟାର ଇଣ୍ଡିଆ ବିମାନରେ ଅନେକ ପ୍ରକାରର ତ୍ରୁଟି

ଗତ କିଛି ସପ୍ତାହ ମଧ୍ୟରେ, ଏୟାର ଇଣ୍ଡିଆ ବିମାନରେ ଅନେକ ଯାନ୍ତ୍ରିକ ଏବଂ ପରିଚାଳନ ସମସ୍ୟା ଦେଖାଦେଇଛି। ଫଳରେ ଏୟାର ଇଣ୍ଡିଆ ବିମାନର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରି ଦିଆଯାଇଛି ।

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ 787-8 ଡ୍ରିମଲାଇନର୍ ବିମାନ (AI-171) ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ମେଡିକାଲ୍ କଲେଜର ହଷ୍ଟେଲ୍ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ କ୍ରୁ ସଦସ୍ୟଙ୍କ ସମେତ 242 ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ 241 ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ, ମେଡିକାଲ୍ କଲେଜର ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାରେ ବିମାନରେ ଥିବା କେବଳ ଜଣେ ଯାତ୍ରୀ ବଞ୍ଚି ଯାଇଥିଲେ।