ଜଣାପଡ଼ିଲା ‘କାଣ୍ଟା ଲଗା’ ଗୀତର ନାୟିକା ଶେଫାଲିଙ୍କ ମୃତ୍ୟୁ କାରଣ, ସୁନ୍ଦରୀ ହେବା ଚକ୍କରରେ ହେଉଥିଲେ ଟ୍ରିଟମେଣ୍ଟ
ଶେଫାଲିଙ୍କ ମୃତ୍ୟୁ ନେଇ ଅବାକ୍ ଟେଲି ଜଗତ । ଭାଙ୍ଗିପଡ଼ିଛନ୍ତି ସ୍ୱାମୀଅରାଗ ତ୍ୟାଗି ।
ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ ଶେଫାଲି ଜରିୱାଲାଭ୍କ ମୃତ୍ୟୁ ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି । ପରିବାର ଲୋକଙ୍କଠାରୁ ଆରମ୍ଭ କରି ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କ ବନ୍ଧୁଙ୍କୁ ମଧ୍ୟ ଏ ଖବର ଶକ୍ତ ଧକ୍କା ଦେଇଛି ।
ଶେଫାଲିଙ୍କ ମୃତ୍ୟୁ ହାର୍ଟ ଆଟାକ୍ ପାଇଁ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାପଛର ସତ୍ୟତା କ’ଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଖବର ମୁତାବକ ୟଙ୍ଗ ବା କମ୍ ବୟସର ଦେଖାଯିବା ପାଇଁ ଶେଫାଳି ଆଣ୍ଟି ଏଜିଂ ଟ୍ରିଟମେଣ୍ଟ କରୁଥିଲେ ।
ପାଖାପାଖି ୫ରୁ୬ ବର୍ଷ ହେବ ଶେଫାଲି ନିଜର ଚିକିତ୍ସା କରାଉଥିଲେ । ୪୨ ବର୍ଷୀୟା ମଡେଲ ନିଜ ସ୍କିନଗ୍ଲୋ ଏବଂ ୟଙ୍ଗ ଦେଖାଯିବା ପାଇଁ ଏପରି କରୁଥିବା କୁହାଯାଉଛି ।
ଏହି ଟ୍ରିଟମେଣ୍ଟ ଜରିଆରେ ବଡ଼ିରେ ଭିଟାମିନ ସି ଏବଂ ଗ୍ଲୁଟାଥିନ ପରିମାଣକୁ ବୃଦ୍ଧି କରିବା । ଚର୍ମରେ ଥିବା ମଇଳାକୁ ବାହାର କରିବା ଏବଂ ଚମକପ୍ରଦ ଚର୍ମ ପ୍ରବଦାନ କରିବାରେ ଗ୍ଲୁଟାଥିନ ସାହାଯ୍ୟ କରେ ।
ଏହି ଟ୍ରିଟମେଣ୍ଟ ଯୋଗୁ ଔଷଧ ରିଆକ୍ସନରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିବା ଆଶଙ୍କା କରାଯାଉଛି ।
ଶୁକ୍ରବାର ବିଳମ୍ବିତ ରାତିରେ ଶେଫାଲିଙ୍କର ହୃଦଘାତ ହୋଇଥିଲା । ଯାହାପରେ ସ୍ୱାମୀ ପରାଗ ତାଙ୍କୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୦୨ ମ୍ୟୁଜିକ ଭିଡିଓ କାଣ୍ଟାଲଗାରେ ଶେଫାଲି ଫେମଶ୍ ହୋଇଥିଲେ । ଏହାଛଡ଼ା ବିଗବସ୍ ସିଜନ ୧୩ରେ ଅଂଶଗ୍ରହଣ କରିଥିଲେ ସେ । ଏକାଧିକ ରିଆଲିଟି ଶୋ’ ଏବଂ ଫିଲ୍ମ, ସିରିଏଲରେ ସେ ଅଭିନୟ କରିଛନ୍ତି ।