ପୁରୀ: ପୁରୀ ଶରଧା ବାଲିରେ ଅଘଟଣ। ରଥରେ ତିନି ଠାକୁରଙ୍କ ସକାଲ ପହଡ଼ ଖୋଲିବା ପରେ ଘଟିଗଲା ବଡ଼ ଅଘଟଣ। ଠାକୁରଙ୍କ ଦର୍ସନ ପାଇଁ ପ୍ରବଲ ଭିଡ଼ରେ ସୃଷ୍ଟି ହେଲା ଦଲାଚକଟା। ଯେଉଁଥିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଆଉ ଏବେ ୩ ଜଣ ମୃତକଙ୍କ ପରିଚୟ ସାମ୍ନାକୁ ଆସିଛି। ମୃତକ ୩ ଜଣଙ୍କ ମଧ୍ୟରୁ ନୟାଗଡ଼ର ଜଣେ ମହିଳା ବୋୌଲି ଚିହ୍ନଟ ହୋଇଛନ୍ତି। ସୁଦୀର ନୟାଗଡ଼ରୁ ରଥଯାତ୍ରା ପାଇଁ ପୁରୀ ଆସିଥିଲେ। ଆଉ ଏହି ଅଘଟଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ସେହିପରି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ଜଣେ ମୃତ। ଏହାସହ ଭୁବନେଶ୍ୱର ସହିଦ ନଗର ଅଞ୍ଚଳର ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ କିଡନୀ ରୋଗୀ ଥିବା କୁହାଯାଉଛି। ଅନ୍ୟ ଜଣେ ହୃଦଘାତର ଶିକାର।