ଗଞ୍ଜାମ: ମଣିଷ ଭୁଲିଗଲା ମଣିଷ ପଣିଆ। ମଦ ପିଇ ପିଟି ପିଟି ମାରିଦେଲେ ଯୁବକଙ୍କୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁରେ।
ମଦ୍ୟପାନ କରି ପରସ୍ପର ମଧ୍ୟରେ ଯୁକ୍ତି ତର୍କ ହୋଇ ହୋଇଥିଲା ଗଣ୍ଡଗୋଳ। ସେହି ଝଗଡା କାରଣରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି। ମଦ ପିଇବା କାରଣରୁ ଅନେକ ଘର ସଂସାର ଉଜୁଡି ଯାଉଥିବାବେଳେ ଲୋକେ ଆଜି ମଧ୍ୟ ବୁଝିପାରୁନାହାଁନ୍ତି। ସେହି ଭୁଲ ବାରମ୍ବାର କରିଚାଲିଛନ୍ତି।