ସାପ କାମୁଡ଼ାରେ ଚାଲିଗଲା 2 ଜୀବନ

ସୁନ୍ଦରଗଡ଼: ସାପ କାମୁଡ଼ାରେ ଚାଲିଗଲା 2 ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଦୁଇଟି ଅଲଗା ଅଲଗା ଥାନାରେ ସାପ କାମୁଡ଼ାରେ 2ଜଣଙ୍କର ମୃତ୍ୟୁ ହୋଇଛି।

ବଣାଇ ଥାନା କଟୁରୀଧୂଆଁ ଗାଁର ଜଣେ ନାବାଳିକା ଥିବାବେଳେ ଆଉ ଜଣେ ନରେନ୍ଦ୍ର ଗାଁର 45 ବର୍ଷୀୟ ବ୍ୟକ୍ତି ଥିଲେ। ସାପ କାମୁଡିବା ପରେ ସେମାନଙ୍କୁ ବଣାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ହିଁ ସେମାନଙ୍କର ସେଠାରେ ମୃତ୍ୟୁ ଘଟିଛି। ଯାହାଫଳରେ ପୁରା ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।