‘ମୋ ଶ୍ୱଶୁର, ମୋ ସ୍ତ୍ରୀକୁ 10 ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ’, ତା ପରେ…

ସ୍ତ୍ରୀ ପଳେଇବାରୁ ବିଷ ପିଇଦେଲା ସ୍ୱାମୀ

ମଧ୍ୟପ୍ରଦେଶ: ନିଜ ଝିଅକୁ 10 ଲକ୍ଷ ଟଙ୍କାରେ ବିକ୍ରି କରିଦେଲା ବାପ, ସେ ପୁଣି ଝିଅର ପ୍ରେମିକକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ। ଏଠାରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ବିଶ୍ୱାସଘାତକତାରେ ବିରକ୍ତ ହୋଇ ବିଷ ପିଇ ଦେଇଥିଲେ।

ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଗୁରୁତର ଅବସ୍ଥାରେ ସେ କହିଥିଲେ – ମୋ ସ୍ତ୍ରୀ ତାଙ୍କ ପ୍ରେମିକ ସହିତ ପଳାଇ ଯାଇଛି। ମୋ ନିଜ ଶ୍ୱଶୁର ତାଙ୍କୁ 10 ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି।

ପୀଡିତ ସ୍ୱାମୀ ମୋନୁଙ୍କ କହିବା ଅନୁସାରେ, ପ୍ରେମିକ ଧରମବୀର ବଞ୍ଜାରା, ଶାଶୁ ସୁମିତା ବଞ୍ଜାରା ଏବଂ ଅନ୍ୟମାନେ ତାଙ୍କ ସ୍ତ୍ରୀଙ୍କୁ ନେଇଯାଇଛନ୍ତି। ଗଲାବେଳେ ସେମାନେ ମଙ୍ଗଳସୂତ୍ର, କାନଫୁଲ, ମୁଦି, ଚୁଡ଼ି ଭଳି ପ୍ରାୟ ୨ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୧.୫ ଲକ୍ଷ ଟଙ୍କା ନଗଦ ମଧ୍ୟ ନେଇଯାଇଛନ୍ତି।

ଯେଉଁଥିରେ ବିଚଳିତ ହୋଇ ମୋନୁ ବିଷ ଖାଇ ଦେଇଥିଲେ ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଭିତରୱାରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗ୍ୱାଲିୟରକୁ ରେଫର କରାଯାଇଥିଲା।

ଗ୍ୱାଲିୟରର ଏକ ହସ୍ପିଟାଲରେ ଭର୍ତ୍ତି ମୋନୁ ତାଙ୍କ ଶ୍ୱଶୁର ଛତ୍ରପାଲ ବଞ୍ଜାରାଙ୍କ ଉପରେ ତାଙ୍କ ସ୍ତ୍ରୀଙ୍କୁ ପଳାୟନ କରିବାରେ ସାହାଯ୍ୟ କରିବାର ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ତାଙ୍କ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛନ୍ତି।

ମୋନୁଙ୍କ କହିବା ଅନୁଯାୟୀ, ତାଙ୍କର ଏକ ଦୁଇ ବର୍ଷର ପୁଅ ମଧ୍ୟ ଅଛି ଯାହାକୁ ତାଙ୍କ ସ୍ତ୍ରୀ ଛାଡି ଯାଇଛନ୍ତି। ଏହି ସବୁ କଥା ଶୁଣି ପୋଲିସ ଏହାର ତଦନ୍ତ କରୁଛି।