ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (SAIL) ପକ୍ଷରୁ ସ୍ପେଶାଲିଷ୍ଟ ଏବଂ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର (GDMO) ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ଅଭିଯାନରେ ମୋଟ ୧୪ ପଦବୀ ପୂରଣ କରାଯିବ, ଯେଉଁଥିରେ ଯୋଗ୍ୟ ପ୍ରାର୍ଥୀମାନେ ଓ୍ଵାକ-ଇନ-ଇଣ୍ଟରଭ୍ୟୁ ମାଧ୍ୟମରେ ଅଂଶଗ୍ରହଣ କରିପାରିବେ। ଚୟନିତ ପ୍ରାର୍ଥୀଙ୍କୁ ମାସିକ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ପ୍ରଦାନ କରାଯିବ।
ଅଫିସିଆଲ ବିଜ୍ଞପ୍ତି ଅନୁଯାୟୀ, ସ୍ପେଶାଲିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କୁ ଏମବିବିଏସ ଡିଗ୍ରୀ ସହିତ ସମ୍ପୃକ୍ତ ବିଭାଗରେ ପିଜି ଡିପ୍ଲୋମା, ପିଜି ଡିଗ୍ରୀ କିମ୍ବା ଡିଏନବି ରହିବା ଆବଶ୍ୟକ। ଜିଡିଏମଓ ପଦ ପାଇଁ ଏମବିବିଏସ ଡିଗ୍ରୀ ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। ପ୍ରାର୍ଥୀଙ୍କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (MCI), ନ୍ୟାସନାଲ ମେଡିକାଲ କମିଶନ (NMC) କିମ୍ବା ରାଜ୍ୟ ମେଡିକାଲ କାଉନସିଲ (SMC) ରେ ନିବନ୍ଧିତ ହେବା ସହ ବୈଧ ପ୍ରାକ୍ଟିସ ଲାଇସେନ୍ସ ରହିବା ଜରୁରୀ। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୬୯ ବର୍ଷ ରହିଛି, ତେବେ ଚୁକ୍ତିଭିତ୍ତିକ ନିଯୁକ୍ତିର ସର୍ବାଧିକ ବୟସ ସୀମା ୭୦ ବର୍ଷ ରହିବ।
ନିଯୁକ୍ତି ପାଇଁ ଓ୍ଵାକ-ଇନ-ଇଣ୍ଟରଭ୍ୟୁ ଜୁଲାଇ ୨୩, ୨୦୨୫ ରେ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଅନୁଷ୍ଠିତ ହେବ। ଆବେଦନକାରୀମାନେ SAIL ର ଅଫିସିଆଲ ଓ୍ଵେବସାଇଟ sailcareers.com ମାଧ୍ୟମରେ ଆବେଦନ ଫର୍ମ ଡାଉନଲୋଡ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ଇଣ୍ଟରଭ୍ୟୁ ପାଇଁ ଉପସ୍ଥିତ ହେବାକୁ ପଡ଼ିବ। ସ୍ପେଶାଲିଷ୍ଟ ପଦ ପାଇଁ ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧.୨୦ ଲକ୍ଷରୁ ୧.୮୦ ଲକ୍ଷ ଟଙ୍କା ଏବଂ ଜିଡିଏମଓ ପାଇଁ ୯୦,୦୦୦ ରୁ ୧.୦୦ ଲକ୍ଷ ଟଙ୍କା ଦରମା ମିଳିବ।
ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ହେବ ଏବଂ ପ୍ରାର୍ଥୀଙ୍କୁ ପ୍ରଥମେ ଏକ ବର୍ଷ ପାଇଁ ନିଯୁକ୍ତ କରାଯିବ, ଯାହା କମ୍ପାନୀର ନିଷ୍ପତ୍ତି ଅନୁଯାୟୀ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ। ତେବେ, ସର୍ବାଧିକ ଚୁକ୍ତି ଅବଧି ତିନି ବର୍ଷରୁ ଅଧିକ ହେବ ନାହିଁ। ଏହା ସହିତ, ଚୟନିତ ପ୍ରାର୍ଥୀମାନେ ମେଡିକାଲ ସୁବିଧା, ରହଣି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ।
ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ଓ୍ଵେବସାଇଟ sail.co.in କିମ୍ବା sailcareers.com ରୁ ବିଜ୍ଞପ୍ତି ଡାଉନଲୋଡ କରି ସମ୍ପୂର୍ଣ୍ଣ ତଥ୍ୟ ପଢ଼ିବା ପରେ ଆବେଦନ କରିବାକୁ ପରାମର୍ଶ ଦିଆଯାଉଛି। ଏହି ନିଯୁକ୍ତି ଚିକିତ୍ସା ପେଶାଦାରଙ୍କ ପାଇଁ ଏକ ଉତ୍ତମ ସୁଯୋଗ ପ୍ରଦାନ କରୁଛି, ଯେଉଁମାନେ ସରକାରୀ ଚାକିରି ସହ ଆକର୍ଷଣୀୟ ଦରମା ପାଇବାକୁ ଚାହୁଁଛନ୍ତି।