ଇତିହାସ ରଚିଲେ ଗିଲ୍, ଦ୍ୱିଶତକ ହାସଲ କରି ଚମକିଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଚମକିଲେ ଶୁଭମନ ଗିଲ୍। ଶୁଭମନ ଗିଲ ଶେଷରେ ପ୍ରତ୍ୟେକ ଭାରତୀୟ ପ୍ରଶଂସକ ତାଙ୍କଠାରୁ ଯାହା ଆଶା କରିଥିଲେ ତାହା କରିଛନ୍ତି। ଗିଲ ଇଂଲଣ୍ଡରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଏଜବାଷ୍ଟନ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି।

ଲିଡ୍ସ ଟେଷ୍ଟରେ ଶୁଭମନ ଗିଲ ଅଧିନାୟକ ଭାବରେ ତାଙ୍କର ପ୍ରଥମ ଇନିଂସରେ ଶତକ ହାସଲ କରିଥିଲେ ଏବଂ ଏବେ ସେ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି। ଏହି ଦ୍ୱିଶତକ ସହିତ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି।

ଏହା ହେଉଛି ଟେଷ୍ଟ କ୍ୟାରିୟରରେ ଗିଲଙ୍କ ପ୍ରଥମ ଦ୍ୱିଶତକ। ଯେଉଁଥିରେ୨୧ଟି ଚୌକା ଓ ୨ଟି ଛକା ଜରିଆରେ ୨୦୦ ରନ୍ ହାସଲ କରିପାରିଛନ୍ତି ଶୁଭମନ ଗିଲ୍। ଗିଲଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଭାରତର ସ୍ଥିତି ମଜଭୁତ।