ବିଶ୍ୱର ସବୁଠୁ ମହଙ୍ଗା ମାଛ, ମୂଲ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭାରତର କିଛି ଅଞ୍ଚଳରେ ଲୋକମାନେ ସବୁଠାରୁ ଅଧିକ ମାଛ ଖାଇବାକୁ ପସନ୍ଦ କରନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛ ଅଧିକାଂଶ ଲୋକଙ୍କର ପ୍ରିୟ ଖାଦ୍ୟ।  ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ କିଛି ମହଙ୍ଗା ବା ଦାମୀ ମାଛ ବିଷୟରେ କହିବୁ ।

ବ୍ଲୁଫିନ୍ ଟୁନା

ଯଦି ଆମେ ସବୁଠାରୁ ମହଙ୍ଗା ମାଛ ବିଷୟରେ କଥା ହେବା ତେବେ ପ୍ରଥମେ ବ୍ଲୁଫିନ୍ ଟୁନାର ନାମ ଆସିବ। ଟୁନା ପ୍ରଜାତି ମଧ୍ୟରେ ଏହି ମାଛର ଆକାର ସବୁଠାରୁ ବଡ଼ ଏବଂ ଏହା ବହୁତ ଦ୍ରୁତ ଗତିରେ ପହଁରିଥାଏ। ବିଲୁପ୍ତ ହେବାକୁ ଥିବା ଏହି ମାଛଟି ବୁଡ଼ାଜାହାଜରୁ ବାହାରୁଥିବା ଟର୍ପେଡୋ ଅସ୍ତ୍ର ପରି। ଏହି ଆକାର ଯୋଗୁ ଏହା ସମୁଦ୍ରରେ ଦୀର୍ଘ ଦୂରତା ପାଇଁ ଉଚ୍ଚ ଗତିରେ ପହଁରିପାରେ। ଏହି ମାଛର ମୂଲ୍ୟ ପାଉଣ୍ଡ ପ୍ରତି ୫୦୦୦ ଡଲାର (୪ ଲକ୍ଷ ୨୦ ହଜାର ଟଙ୍କା) ପର୍ଯ୍ୟନ୍ତ। ଏହା ଏକ ବହୁତ ସ୍ୱାଦିଷ୍ଟ ମାଛ।

ଗ୍ଲାସ୍ ଇଲ୍ ମାଛ

ଏହି ମାଛ ଆମେରିକାର ଉତ୍ତର-ପୂର୍ବ ଉପକୂଳରେ ମିଳିଥାଏ। ଏହା ବିଲୁପ୍ତ ହେବାର ଦ୍ୱାରଦେଶରେ ପହଞ୍ଚିଛି। ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ମହଙ୍ଗା ମାଛ। ଏହି ମାଛଟି ସାପ ପରି ଦେଖାଯାଏ। ଏହି ମାଛର ମୂଲ୍ୟ ପାଉଣ୍ଡ ପିଛା ୩୦୦୦ ଡଲାରପର୍ଯ୍ୟନ୍ତ ଅର୍ଥାତ୍ ୨,୫୨,୧୮୧ ଟଙ୍କା।

ପଫର୍ ମାଛ

ପଫର୍ ମାଛ ବିଶ୍ୱର ସବୁଠାରୁ ମହଙ୍ଗା ମାଛ ମଧ୍ୟରୁ ଗୋଟିଏ। ଏହା ବହୁତ ବିପଦପୂର୍ଣ୍ଣ ମଧ୍ୟ। ଏହାର କଣ୍ଟା ବହୁତ ବିଷାକ୍ତ। ଏହି କାରଣରୁ, ଏହି ମାଛ ଆମେରିକାର ବହୁତ କମ୍ ରେଷ୍ଟୁରାଣ୍ଟରେ ବିକ୍ରି ହୁଏ। ଏହି ମାଛର ମୂଲ୍ୟ ପାଉଣ୍ଡ ପିଛା ୨୦୦ ଡଲାର ପର୍ଯ୍ୟନ୍ତ ଅର୍ଥାତ୍ ୧୭ ହଜାର ଟଙ୍କା ପର୍ଯ୍ୟନ୍ତ।

ଜଙ୍ଗଲୀ ଆଲାସ୍କାନ୍ କିଙ୍ଗ ସାଲମନ୍

ଆଲାସ୍କାରେ ମିଳୁଥିବା ଏହି ମାଛ ଏହାର ସ୍ୱାଦ ଏବଂ ଆକାର ପାଇଁ ଜଣାଶୁଣା। ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ଏହି ମାଛ ପାଉଣ୍ଡ ପିଛା ୭୦ ଡଲାର ପର୍ଯ୍ୟନ୍ତ ଅର୍ଥାତ୍ ୫,୮୮୪ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଏହା ଆଲାସ୍କାରେ ମିଳୁଥିବା ସବୁଠାରୁ ବଡ଼ ସାଲମନ୍ ମାଛ।

ସ୍ୱର୍ଡଫିସ୍

ଏହି ମାଛର ଥଣ୍ଟ ଖଣ୍ଡା ପରି ହୋଇଥିବାରୁ ଏହାର ନାମକରଣ ଏପରି ହୋଇଛି। ଏହି ମାଛ ଆଟଲାଣ୍ଟିକ ମହାସାଗରରେ ମିଳିଥାଏ। ଏହି ମାଛର ଓଜନ ପ୍ରାୟ ୧୦୦ କିଲୋଗ୍ରାମ। ଏହି ମାଛ ପ୍ରତି ପାଉଣ୍ଡ ୬୦ ଡଲାର ଅର୍ଥାତ୍ ୫୧୦୦ ଟଙ୍କାରେ ଉପଲବ୍ଧ ହେବ। କହି ରଖୁଛୁ ଯେ, ଗୋଟିଏ ପାଉଣ୍ଡ ପ୍ରାୟ ଅଧ କିଲୋଗ୍ରାମ ସହିତ ସମାନ।