fbpx

ଶ୍ରୀରାମଙ୍କୁ ନେଇ ମଜାକ୍ ଉଡାଇଲେ ଅକ୍ଷୟ! ଗୁଡ ନ୍ୟୁଜ୍ ଟ୍ରେଲରକୁ ନେଇ ହଙ୍ଗାମା

ମୁମ୍ବାଇ,୨୩ ।୧୨: ବଲିଉଡ ଜଗତର ସଫଳ ଅଭିନେତା ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏଡି ଫିଲ୍ମରେ ଅକ୍ଷୟଙ୍କ ସହିତ କରୀନା କପୁର ଖାଁନ୍, ଦିଲଜିତ୍ ଦୋସାଂଝ ଓ କିୟାରା ଆଡଭାନୀ ନଜର ଆସିବେ । ତେବେ ଏହି ସିନେମାର ୨ଟି ଟ୍ରେଲର ପରଦାକୁ ଆସିଛି, ଯାହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି ।

କିନ୍ତୁ ଫିଲ୍ମକୁ ନେଇ ଟ୍ୱିଟରରେ ବିବାଦ ବଢିବାରେ ଲାଗିଛି । ଫିଲ୍ମର ୨ୟ ଟ୍ରେଲରରେ ଅକ୍ଷୟ କୁମାର ଭଗବାନ ରାମଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି । ତେବେ ଟ୍ରେଲରର ଶେଷରେ ପୁଅର ନାମ କିପରି ରଖିଲେ ବୋଲି ଜଣେ କଳାକାରଙ୍କୁ ପ୍ରଶ୍ନ କରିଥିଲେ ଅକ୍ଷୟ । ଏଥିରେ ଏକ ଡବଲ ମିନିଂ ଜୋକ୍ ଶୁରିବାକୁ ମିଳିଛି, ଯାହାକୁ ନେଇ ଲୋକମାନେ ରାଗିବା ସହ ଅକ୍ଷୟଙ୍କୁ ଟ୍ରୋଲ କରିଛନ୍ତି ।

Get real time updates directly on you device, subscribe now.