ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପୁରୀ ହେବ ମହାନଗର ନିଗମ, ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ
ପ୍ରେସମିଟ୍ କରି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପୁରୀ: ପୁରୀ ହେବ ମହାନଗର ନିଗମ। ମୋହନ ମାଝୀଙ୍କ ବଡ଼ ଘୋଷଣା। ପ୍ରେସମିଟ୍ କରି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ କହିଲେ ମୋହନ।
ଏନେଇ ଆସନ୍ତାକାଲିଠାରୁ ପ୍ରକ୍ରିୟା ଆରମ୍ଭ ହେବ। ପ୍ରେସମିଟରେ ମୁଖ୍ୟମନ୍ତ୍ରୀ କହିଲେ ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି। କ୍ରମବର୍ଦ୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ। ତେଣୁ ନିକଟବର୍ତ୍ତୀ ୧୦ଟି ପଞ୍ଚାୟତଗୁଡ଼ିକ ସହରର ଅଂଶବିଶେଷ ହେବ। ଏନେଇ ଆସନ୍ତାକାଲିଠାରୁ ପ୍ରକ୍ରିୟା ଆରମ୍ଭ ହେବ।
ଏହାସହ ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ସଂଗ୍ରହାଳୟ ମଧ୍ୟ ହେବ।