ଆଜି ଖୋଲିବ ହୀରାକୁଦର 12ଟି ଗେଟ୍, ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ଆଉ କିଛି ସମୟରେ ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦର 12ଟି ଗେଟ୍ ଆଜି ଖୋଲିବ ।
ସମ୍ବଲପୁର: ଆଉ କିଛି ସମୟରେ ଖୋଲିବ ହୀରାକୁଦ ଗେଟ୍ । ହୀରାକୁଦର 12ଟି ଗେଟ୍ ଆଜି ଖୋଲିବ । ଜଳଭଣ୍ଡାରରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଏନେଇ ଆଜି ସକାଳ 10ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର 7 ନମ୍ବର ଗେଟ୍ ଦେଇ ପାଣି ଛଡ଼ାଯିବା ନେଇ ଧାର୍ଯ୍ଯ ହୋଇଛି ।
ଏଥିପାଇଁ ପ୍ରଶାସନିକ ଓ ଜଳ ସମ୍ପଦ ବିଭାଗ ତାଙ୍କର ସମସ୍ତ ପ୍ରସ୍ତୁତି ସାରିଛନ୍ତି । ତଳମୁଣ୍ଡର 12 ଟି ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।
ଏହା ସହ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ଦିଆଯାଇଛି । ସକାଳ 8ଟା ସୁଦ୍ଧା ହୀରାକୁଦ ଜଳସ୍ତର 609.33 ଫୁଟ ଥିବା ନେଇ ସୂଚନା ରହିଛି ।
ପାଣି ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ତଳି ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ମହାନଦୀକୁ ନଯିବା ପାଇଁ ଆଲର୍ଟ କରାଯାଇଛି। ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୪ ହଜାର ୬୦୬ କ୍ୟୁସେକ ଜଳ ପ୍ରବେଶ କରୁଛି |