‘ଆମେ କୌଣସି ନିର୍ଦ୍ଦେଶ ଦେଇନୁ..’, ନ୍ୟୁଜ ଏଜେନ୍ସି ରଏଟର୍ସର ‘X’ ଆକାଉଣ୍ଟ ବ୍ୟାନ୍କୁ ନେଇ ମୁହଁ ଖୋଲିଲେ ଭାରତ ସରକାର
ଭାରତରେ ରଏଟର୍ସର ଏକ୍ସ ହ୍ୟାଣ୍ଡେଲର ପ୍ରତିବନ୍ଧ ସରକାର କହିଲେ ଯେ, ସେ ଏପରି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ରଏଟର୍ସର ଅଫିସିଆଲ @Reuters ଏକ୍ସ ହ୍ୟାଣ୍ଡେଲ ଭାରତରେ ବନ୍ଦ ହୋଇଯାଇଛି। ୟୁଜର ଏହାକୁ ଆକ୍ସେସ କରିବାକୁ ଚେଷ୍ଟା କରିବା ବେଳେ ଏକ ଲେଖା ଆସୁଛି ଯେ, ଭାରତରେ ଏକ ଆଇନ ଦାବି କାରଣରୁ ଏହା ଉପଲବ୍ଧ ହେଉନି।
ବର୍ତ୍ତମାନ ଏହି ମାମଲାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି ହୋଇଛି। କେନ୍ଦ୍ର ସରକାର କହିଛନ୍ତି ଯେ, ଆମେ ବ୍ଲକ୍ କରିବା ସମ୍ବନ୍ଧରେ କୌଣସି ନିର୍ଦ୍ଦେଶ ଦେଇନୁ।
ଭାରତ ସରକାରଙ୍କର ଜଣେ ପ୍ରବକ୍ତା ସ୍ପଷ୍ଟ ଭାବେ କହିଛନ୍ତି ଯେ, ଭାରତ ସରକାର ରଏଟର୍ସର ଏକ୍ସ ହ୍ୟାଣ୍ଟେଲକୁ ବନ୍ଦ କରିବା ଲାଗି କୌଣସି ଆବଶ୍ୟକତାକୁ ଜାରି କରିନାହାନ୍ତି। ଆମେ ଏକ୍ସ ସହ ମିଶି ଏହି ପ୍ରସଙ୍ଗକୁ ସମାଧାନ କରିବା ଲାଗି ପ୍ରୟାସ କରୁଛୁ। ସରକାରଙ୍କ ଦାବି ରହିଛି ଯେ, ଏହା ସମ୍ଭବତଃ ପୂରୁଣା ନିର୍ଦ୍ଦେଶ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ଫଳାଫଳ, ବର୍ତ୍ତମାନ ଯାହାର ପ୍ରାସଙ୍ଗିକତା ରହିନି।
ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ୭ ମେ ୨୦୨୫ରେ ଭାରତ ସରକାର ଅପରେସନ ସିନ୍ଦୂର ସମୟରେ ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ରଏଟର୍ସର ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।
ବର୍ତ୍ତମାନ ଅନୁମାନ କରାଯାଉଛି ଯେ, X ସମାନ ଆଦେଶ ଉପରେ ବିଳମ୍ବିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜଣେ ଅଧିକାରୀ ଏହାକୁ ସେମାନଙ୍କ ପକ୍ଷରୁ ଏକ ଭୁଲ ବୋଲି କହିଛନ୍ତି ଏବଂ ସରକାର ଏବେ ପ୍ଲାଟଫର୍ମରୁ ସେନ୍ସରସିପ୍ ହଟାଇବା ଏବଂ ସ୍ପଷ୍ଟୀକରଣ ମାଗିବାକୁ କହିଛନ୍ତି।