ମହଣ ମହଣ ସୁନରେ ଝଲସୁଛନ୍ତି ଚତୁର୍ଦ୍ଦାମୂର୍ତ୍ତି, ଶ୍ରୀଜିଉଙ୍କ ଅପୂର୍ବ ବେଶ ଦେଖିବାକୁ ବଡ଼ଦାଣ୍ଡରେ ଜନସମୁଦ୍ର
ସୁନା ଅଳଙ୍କାରରେ ସଜ୍ଜିତ ହେଲେ ୩ ଠାକୁର
ପୁରୀ: ଶ୍ରୀଜିଉଙ୍କ ସୁନାବେଶ। ଭକ୍ତ ଦେଖି ବିମୋହିତ। ସୁନା ଅଳଙ୍କାରରେ ସଜ୍ଜିତ ହେଲେ ୩ ଠାକୁର। ମହଣ ମହଣ ସୁନାରେ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଲେ ୩ ଠାକୁର। ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଛନ୍ତି ମହାପ୍ରଭୁ।
ସୁନାରେ ଛାଉଣୀ ହୋଇଛନ୍ତି ଦାରୁବ୍ରହ୍ମ। ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି। ସୁନାପିନ୍ଧି ଝଟକିଲେଣି ରଥାରୂଢ ଦିଅଁ। ଠାକୁର ପିନ୍ଧିଛନ୍ତି ଭଳିକି ଭଳି ଅଳଙ୍କାର। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ବ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅକଳା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧିଛନ୍ତି ୩ ଠାକୁର।
ସୁନାବେଶ ଦେଖିବାକୁ ବଡ଼ଦାଣ୍ଡରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ଏକ୍ସ ଜରିଆରେ ସୂଚନା ଦେଲେ ଓଡ଼ିଶା ପୋଲିସ।